ବନ୍ଦ ଘରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ସ୍ବାମୀଙ୍କର ନାହିଁ ଖୋଜଖବର

Published By : Prameya-News7 Bureau | August 16, 2022 IST

ବାରିପଦା ୧୬।୮: ବନ୍ଦ ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବାରିପଦା ଟାଉନ ଥାନା ଅନ୍ତର୍ଗତ ଭୁଗୁଡାକଟା ୱାର୍ଡ ନମ୍ବର ୨୬ ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ବାରିପଦା ଟାଉନ ଥାନା ଅନ୍ତର୍ଗତ ଭୁଗୁଡାକଟା ୱାର୍ଡ ନମ୍ବର ୨୬ ଅଞ୍ଚଳରୁ ବନ୍ଦ ଘର ମଧ୍ୟରୁ ଆରତୀ ସିଂ ନାମକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି ।  ଆରତୀଙ୍କ ସ୍ବାମୀ ବାବୁ ସିଂ ଦୁଇରୁ ତିନି ଦିନ ପୂର୍ବରୁ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ ଆରତୀଙ୍କ ସହିତ ଝଗଡା କରିଥିଲେ। ତେବେ ସେହିଦିନଠାରୁ ସ୍ବାମୀ ବାବୁ କୁଆଡେ ଚାଲି ଯାଇଥିବା ବେଳେ ତାଙ୍କର ଖୋଜ ଖବର ନଥିଲା । ସେହିଦିନଠାରୁ ଆରତୀଙ୍କୁ ଘର ବାହାରକୁ ଆସିଥିବା କେହି ଦେଖିନାହାନ୍ତି ବୋଲି ପଡୋଶୀ କହିଛନ୍ତି । ତେବେ ମଙ୍ଗଳବାର ଘର ଭିତରୁ ଗଳିତ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ ।

ଅନ୍ୟପଟେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଛି । ତେବେ ଉକ୍ତ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହେବା ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.