ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ପଡିଲେ ହାତୀ ହାବୁଡରେ, ମହିଳାଙ୍କୁ ଶୁଣ୍ଢରେ କଚାଡି ମାରିଦେଲା

Published By : Prameya-News7 Bureau | August 21, 2021 IST

ଢେଙ୍କାନାଳ ୨୧।୮: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଜଣେ ମହିଳାଙ୍କୁ ଶୁଣ୍ଢରେ କଚାଡି ମରିଦେଇଛି ହାତୀ । ହିନ୍ଦୋଳ ଏନଏସି ଅନ୍ତର୍ଗତ ୧୩ ନଂ ୱାର୍ଡ ତଣ୍ଟିଚିରା ଗ୍ରାମରେ ଶନିବାକ ଭୋର ସମୟରେ ଏଭଳି ଅଘଟଣ ଘଟିଛି ।  ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ମହିଳା ଜଣଙ୍କ ଉକ୍ତ ଗ୍ରାମର ପୁନି ସାହୁ ବୋଲି ଜଣାପଡିଛି । ମହିଳା ଜଣଙ୍କ ଭୋର ସମୟରେ ଘର ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ଖବର ପାଇ ହିନ୍ଦୋଳ ବନାଞ୍ଚଳ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛନ୍ତି । ଏହି ମହିଳାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ମୃତ ମହିଳାଙ୍କ ପରିବାରକୁ  ପ୍ରାଥମିକ ଭାବେ କ୍ଷତି ପୂରଣ ବାବଦକୁ ୪୦ ହଜାର ଟଙ୍କା ଏବଂ ପରେ ୩ ଲକ୍ଷ ୬୦ ହଜାର ଦେବାକୁ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦେବାରୁ ଉତ୍ତେଜନା ଥମିଛି । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.