ସୋର ୨୦।୧୦: ପାଣି ଗରମ କରିବା ହେଲା କାଳ । ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ସୋର ଥାନା ମଧୁସୁଦନପୁର ପଞ୍ଚାୟତ ମଧୁସୁଦନପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ମଧୁସୁଦନପୁର ପଞ୍ଚାୟତ ମଧୁସୁଦନପୁର ଗ୍ରାମର ରଞ୍ଜନ ନାୟକଙ୍କ ସ୍ତ୍ରୀ ବର୍ଷା ୱାଟର ହିଟରରେ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ପରିବାର ଲୋକେ ବର୍ଷାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।