ଗାଧୋଉଥିବାବେଳେ ଆଇଫୋନ୍ ଚାର୍ଜ କରୁଥିଲେ ମହିଳା : ବାଥଟବରେ ଫୋନ୍ ଖସି ପଡ଼ିବାରୁ ମୃତ୍ୟୁ

Published By : Prameya-News7 Bureau | December 10, 2020 IST

ଅର୍ଖାଗ୍ଲେସ୍କ ୧୦/୧୨: ଋଷର ଅର୍ଖାଗ୍ଲେସ୍କରେ ଜଣେ ୨୪ବର୍ଷୀୟା ମହିଳାଙ୍କ ବାଥଟବରେ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇ ଯାଇଛି। ଓଲେସ୍କା ସେମେନୋଭାଙ୍କ ଆଇଫୋନ୍ ୮ଚାର୍ଜ ହେଉଥିଲା। ହଠାତ୍ ଏହି ଫୋନ୍ ତାଙ୍କ ବାଥଟବରେ ଖସି ପଡ଼ିଥିଲା। ଓଲେସ୍କା ସେହି ସମୟରେ ଗାଧୋଉଥିଲେ। ତାଙ୍କୁ ଜୋରଦାର ବିଦ୍ୟୁତ୍ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

{"id":375539,"sizeSlug":"large","linkDestination":"none"}

ସର୍ବପ୍ରଥମେ ଓଲେସ୍କାଙ୍କ ମୃତଦେହ ତାଙ୍କ ଫ୍ଲାଟମେଟ୍ ଡାରିଆ ଦେଖିଥିଲେ। ଡାରିଆ ଏମରଜେନ୍ସି ଅପରେଟର ସହ କଥା ହେବାବେଳେ କହିଥିଲେ ଯେ ସେ ଘରେ ପହଞ୍ଚି ଓଲେସ୍କାଙ୍କ ମୃତଦେହ ଦେଖି ଚିତ୍କାର କରିଥିଲେ। ତାଙ୍କ ମୁହଁ ହଳଦିଆ ପଡ଼ି ଯାଇଥିଲା ଏବଂ ସେ ନିଃଶ୍ବାସ ମଧ୍ୟ ନେଉନଥିଲେ।

{"id":375538,"width":571,"height":579,"sizeSlug":"large","linkDestination":"none"}

ଓଲେସ୍କା ଏକ କପଡ଼ା ଦୋକାନରେ କାମ କରୁଥିଲେ। ଚାର୍ଜ ହେଉଥିବା ଫୋନ୍ ବାଥଟବରେ ଖସି ପଡ଼ିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

{"id":375537,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.