ମହିଳାଙ୍କୁ ଧକ୍କା ଦେଲା ଅଜଣା ଗାଡି, ଘଟଣାସ୍ଥଳରେ ଚାଲିଗଲା ଜୀବନ
26/05/2023 at 9:43 AM

କାମାକ୍ଷାନଗର ୨୬।୫: ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମ ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଶୁକ୍ରବାର ଭୋର ସମୟରେ ମହିଳା ଜଣଙ୍କ ଓଭରବ୍ରିଜ୍ ଉପର ଦେଇ ଚାଲି ଚାଲି ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।