ମହିଳାଙ୍କୁ ଧକ୍କା ଦେଇ ଘୋଷାଡି ନେଲା ବସ୍, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | July 11, 2022 IST

ରାଉରକେଲା ୧୧।୭: ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେବା ପରେ ଘୋଷାଡି ନେଇଗଲା ବସ୍ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ସହର ବିଶ୍ରା ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହିଳାଙ୍କୁ ଧକ୍କା ଦେବା ବସ୍ । ଧକ୍କା ଦେବା ପରେ ଘୋଷାଡି ନେଇଗଲା ବସ୍ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କୁଆଁରମୁଣ୍ଡା ଅଞ୍ଚଳର ମିନତୀ ଦାସ । ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି ପୋଲିସ । ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.