ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବାରହା ଫାଶ ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

13/06/2022 at 5:34 PM

ଲମତାପୁଟ ୧୩: ଜଙ୍ଗଲକୁ ଆମ୍ବ ଗୋଟାଇବା ପାଇଁ ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଲମତାପୁଟ ବ୍ଲକ ନନ୍ଦପୁର ଥାନା ଅନ୍ତର୍ଗତ କାପୁଗୁଡା ଗ୍ରାମରେ।

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ରାଧା ଖରା ନାମକ ମହିଳା ଜଣଙ୍କ ନିଜ ଗ୍ରାମ ଜଙ୍ଗଲକୁ ଆମ୍ବ ଗୋଟାଇବା ପାଇଁ ପାହାନ୍ତିଆ ସମୟରେ ଘରୁ ବାହାରିଥିଲେ । କିନ୍ତୁ ଆଉ ଫେରି ନଥିଲେ। ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ସକାଳେ ରାଧାଙ୍କ ମୃତ ଶରୀର ଗାଁ ନିକଟ ଏକ ଜମିରେ ପଡ଼ିଥିବା ରାଧାଙ୍କ ସ୍ବାମୀ ହିଁ ଗାଈ ଚରାଇବାକୁ ଯାଉଥିବା ସମୟରେ ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ନିଜ ଘର ଲୋକଙ୍କୁ ଖବର ଦେଇଥିଲେ। ଶରୀର ପାଖାପାଖି ୬୦ ଭାଗ ପୋଡି ଯାଇଥିବା ଜଣାପଡ଼ିଛି। ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ରାଣୀତୋଟା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

   Related Posts