ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟାପାଣିରେ ବୁଡି ମହିଳାଙ୍କ ମୃତ୍ୟୁ
24/08/2022 at 1:03 PM

କୋଣାର୍କ ୨୪।୮: ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ରହାଁ ଗରୋଡା ଗ୍ରାମରେ ଅଘଟଣ । ବନ୍ୟା ଜଳରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣଙ୍କ ବାହାଦୁର ମହାରଥୀଙ୍କ ଝିଅ ବବିତା ମହାରଥୀ ।
ଉଲ୍ଲେଖଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ବ୍ଲକର ସାତ ଗୋଟି ପଞ୍ଚାୟତରେ ବନ୍ୟାଜଳ ଧୀରେ ଧୀରେ କାମୁଥିବା ବେଳେ ଏବେବି ଅନେକ ଗାଁ ବନ୍ୟାଜଳରେ ବୁଡି ରହିଛି । ତେବେ ମହିଳା ଜଣଙ୍କ ଶୌଚ ହେବାକୁ ଯାଇ ବନ୍ୟା ଜଳରେ ବୁଡି ଯାଇଥିବା ଜଣାପଡିଛି । ମହିଳାଙ୍କ ବୟସ ୩୮ବର୍ଷ ହେବ ବୋଲି ଜଣାପଡିଛି । ମୃତ ମହିଳା ଜଣଙ୍କ ଦୀର୍ଘ ଦିନ ହେବ ବାପଘରେ ରହୁଥିବା ବେଳେ ତାଙ୍କର ଗୋଟିଏ ଶିଶୁ ପୁତ୍ର ଥିବା ସୂଚନା ମିଳିଛି ।
Related Posts
କପା ମିଲରେ ଅଗ୍ନିକାଣ୍ଡ, ନିଆଁଲାଗି ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
6 February 2023
ଗାଁରେ ବୁଲୁଛି ଦନ୍ତା, ଭୟରେ ଗାଁଲୋକେ
6 February 2023