ପୋଡି ହୋଇ ମହିଳାଙ୍କ ମୁତ୍ୟୁ, ସ୍ବାମୀକୁ ଅଟକ ରଖିଲା ପୋଲିସ
19/03/2020 at 8:31 AM

ସୋର ୧୯।୩: ପୋଡି ହୋଇ ମହିଳାଙ୍କ ମୁତ୍ୟୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ହରିପୁର ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳା ହେଲେ ଲକ୍ଷ୍ମୀ ସେଠୀ । ସ୍ବାମୀ ପଞ୍ଚାନନକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ହରିପୁର ଗାଁର ପଞ୍ଚାନନ ସେଠୀଙ୍କ ସ୍ତ୍ରୀ ଲକ୍ଷ୍ମୀ ବୁଧବାର ରାତିରେ କିରୋସିନି ଢାଳି ପୋଡି ହୋଇ ଗୁରୁତର ହୋଇଥିଲେ । ଲକ୍ଷ୍ମୀଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ମୁତ୍ୟୁ ହୋଇଯାଇଥିଲା । ତେବେ କେମିତି ତାଙ୍କ ଦେହରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଲକ୍ଷ୍ମୀଙ୍କ ସ୍ବାମୀ ପଞ୍ଚାନନଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Related Posts
ସରିଲା ଜେଇଇ ଆଡଭାନ୍ସଡ୍ ଆବେଦନ, ୨୮ରେ ପରୀକ୍ଷା
13 August 2022