ବିଫଳ ହେଲା ଅପହରଣ ଉଦ୍ୟମ, ଥାନାରେ ଏତଲା ଦେଲେ ମହିଳା

Published By : Prameya-News7 Bureau | September 16, 2023 IST

କଟକ: ବିଫଳ ହେଲା ଅପହରଣ ଉଦ୍ୟମ। ଅପହରଣ କରି ନେଇଯାଉଥିବା ଦୁର୍ବୁତ୍ତଙ୍କ କବଜାରୁ ଖସିବାରେ ସଫଳ ହେଲେ ମହିଳା। ମାମଲାରେ ମହିଳାଙ୍କ ପକ୍ଷରୁ ଏତଲା । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କଟକରୁ ଜଣେ ମହିଳାଙ୍କୁ ଅପହରଣ କରିବାକୁ ଚେଷ୍ଟା କରାଯାଇଥିଲା। ଏକ କାର୍‌​ରେ ମହିଳାଙ୍କୁ ଚାରି ଜଣ ଦୁର୍ବୁତ୍ତ ଅପହରଣ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଇନ୍‌ଫୋସିଟିଠାରେ କୌଶଳ କ୍ରମେ ମହିଳା ଜଣକ ଖସିବାରେ ସଫଳ ହୋଇଥିଲେ । ତେବେ ଘଟଣାକୁ ନେଇ ସେ ଇନ୍‌ଫୋସିଟି ଥାନାରେ ଏତଲା ଦେଇଛନ୍ତି ।

ଏହାପରେ ଇନ୍‌ଫୋସିଟି ଥାନା ପୋଲିସ ଲାଲବାଗ ଥାନା ପୋଲିସ ସହାୟତାରେ ମହିଳାଙ୍କ ଶ୍ବଶୁର ଘରକୁ ନେଇଥିଲେ। ହେଲେ ପୀଡ଼ିତାଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମମତା ସର୍ଟ-ଷ୍ଟେ-ହୋମରେ ରଖାଯାଇଥିଲା । ଏହାପରେ ମହିଳାଙ୍କ ପକ୍ଷରୁ କଟକ ଲାଲବାଗ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି। ଯେଉଁଥିରେ ଅପହରଣ ଘଟଣାକୁ ସଂପୂର୍ଣ୍ଣ ଉଲ୍ଲେଖ କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପୂଜା ଚାନ୍ଦାକୁ ନେଇ ଗଡିଲା ମୁଣ୍ଡ, ଗୋଷ୍ଠୀ ସଂଘର୍ଷରୁ ଜଣଙ୍କୁ ହତ୍ୟା

ଏହା ସହ ଶ୍ବଶୁର ଘରର କିଛି ସଦସ୍ୟଙ୍କ ଦ୍ୱାରା ନିର୍ଯ୍ୟାତିତ ହେଉଥିବା କଥା ମଧ୍ୟ ଅଭିଯୋଗରେ ଉଲ୍ଲେଖ କରାଯାଇଛି । ସେହିଭଳି ମହିଳାଙ୍କ ସହ ମମତା ସର୍ଟ-ଷ୍ଟେ-ହୋମ୍‌ର ସ୍ବେଚ୍ଛାସେବୀ ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.