ଅସହ୍ୟ ହେଲା ୠଣଦାତାଙ୍କ ଅତ୍ୟାଚାର, କୀଟନାଶକ ପିଇଦେଲେ ମହିଳା : କିଛି ଦିନ ପରେ ମିଳିଲା ସୁଇସାଇଡ୍ ନୋଟ୍

Published By : Prameya-News7 Bureau | August 05, 2023 IST

ଖଲ୍ଲିକୋଟ ୫: ମୋ ମୃତ୍ୟୁ ପାଇଁ ବାପଘର କିମ୍ବା ଶାଶୁଘର ଲୋକେ ଦାୟୀ ନୁହନ୍ତି, ମୋର ଆତ୍ମହତ୍ୟା ପାଇଁ ଦାଣ୍ଡ ଲୋକ ଦାୟୀ । ଦାଣ୍ଡ ଲୋକ ଟଙ୍କା ପଇସା ପାଇଁ ମୁଁ ମରିବାକୁ ଯାଉଛି । ଏହିଭଳି ଏକ କାଗଜରେ ଲେଖି ଛତ୍ରପୁର ଥାନା ଅଧିନ ବିଦ୍ୟାଧରନଗର ବାସିନ୍ଦା ବିଜୟ ମହାରଣାଙ୍କ ସ୍ତ୍ରୀ ପାର୍ବତୀ ମହାରଣା । କିଛି ଦିନ ତଳେ ସେ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ । ପରେ ଘଟଣାର ସତ୍ୟତା ଜଣାପଡିବା ପରେ ଏହି ଆତ୍ମହତ୍ୟା ପାଇଁ ୪ଜଣ ଦାୟୀ ବୋଲି ଛତ୍ରପୁର ଥାନାରେ ବିଜୟ ମହାରଣା ଏତଲା ଦେଇଛନ୍ତି । ଏହାସହ କେଉଁ କାରଣରୁ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ତାହା ଏତଲାରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାର୍ବତୀ ମହାରଣା କୌଣସି କାରଣରୁ ଛତ୍ରପୁର ଅଞ୍ଚଳର ୪ ଜଣଙ୍କ ଠାରୁ କିଛି ହାତ ଉଧାରି ଆଣିଥିଲେ । କିନ୍ତୁ ସେ ସଠିକ୍ ସମୟରେ ଏହାର ମୂଳ ଓ ସୁଧ ସେ ବାନ୍ଧିବା ପାଇଁ ଅସମର୍ଥ ହୋଇଥିଲେ । ଯାହାର ଫାଇଦା ନେଉଥିଲେ ଋଣ ଦେଇଥିବା ୪ ଜଣ ଏବଂ ସୁଧର ପରିମାଣ ଫାଇନ ଆକାରରେ ବଢେଇ ଦେଇଥିଲେ । ଏପରିକି ଘରକୁ ଆସି ମୋ ଅନୁପସ୍ଥିତିରେ ମୋ ସ୍ତ୍ରୀକୁ ଧମକ ଚମକ ଦେବାସହ ଟଣା ଓଟରା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଥିଲେ । ଏପରିକି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହ ଟଣା ଓଟରା କରିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ।  ଏପରିକି ଟଙ୍କା ସୁଝିବା ପାଇଁ ୪ ଜଣ ବାଧ୍ୟ କରିବାକୁ ଜୁଲାଇ ୨୯ରେ ମାନସିକ ଚାପ, ଶାରୀରିକ ଯନ୍ତ୍ରଣା ଓ ଋଣ ଭାର ସୁଝିନପାରିବା ସହ ଋଣଦାତାଙ୍କ ଅତ୍ୟାଚାର ଅସହ୍ୟ ହେବାରୁ କୌଣସି କୀଟନାଶକ ଔଷଧ ଖାଇଥିଲେ ପାର୍ବତୀ ।

ରାସ୍ତାରେ ଅଚେତ ଅବସ୍ଥାରେ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସ୍ୱାମୀ ବିଜୟ ମହାରଣାଙ୍କ ସ୍ତ୍ରୀ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ ଜାଣିବାକୁ ପାଇଥିଲେ । ପାବର୍ତୀ ମୃତ୍ୟୁ ପୂର୍ବରୁ ଏକ ହାତଲେଖା ଚିଠି ଲେଖିଥିଲେ ।

ପରେ ଛତ୍ରପୁର ଥାନାରେ ଅଭିଯୋଗ କ୍ରମେ ୫୨୬/୨୩ ମାମଲା ରୁଜୁ ହେବା ସହ ହାତ ଲେଖା ଚିଠିକୁ ପୋଲିସ ଜବତ କରି ତଦନ୍ତ ଜାର ରିଖିଛି ବୋଲି ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୋ ସ୍ତ୍ରୀର ମୃତ୍ୟୁ ପାଇଁ ଦାୟୀ ଥିବା ୪ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ୱାମୀ ବିଜୟ ମହାରଣା ।

You Can Read :

wp:embed {"url":"https://www.prameyanews7.com/vigilance-caught-jharsuguda-cdpo-while-taking-bribe/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-caught-jharsuguda-cdpo-while-taking-bribe/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.