ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ଅନଲାଇନରୁ ସାମଗ୍ରୀ କିଣିବାକୁ ବେଶ୍ ପସନ୍ଦ କରୁଛନ୍ତି । କାରଣ ଏହାଦ୍ବାରା ଘରେ ବସି ହିଁ ମିଳିଯାଉଛି ସାମଗ୍ରୀ, ପୁଣି ବଜାର ମୂଲ୍ୟ ଠାରୁ କିଛି କମ୍ ଦାମ୍ରେ । ଖାଲି ସେତିକି ନୁହେଁ ଅନଲାଇନ୍ରେ ଅନେକ ଆକର୍ଷଣୀୟ ଅଫର୍ ମଧ୍ୟ ମିଳିଯାଉଛି। ତେବେ ବେଳେବେଳେ ଲୋକେ ଏହି ରିହାତି ପଛରେ ପଡ଼ି ଅନେକ କ୍ଷତି କରିଥାନ୍ତି । ଅନେକ ସମୟରେ ସେମାନଙ୍କ ସହ ହୋଇଥାଏ ଫ୍ରଡ୍। ଆଉ ଏଭଳି ଘଟିଛି ବେଙ୍ଗାଲୁରୁର ଜଣେ ମହିଳାଙ୍କ ସହ। ଯେଉଁଠି ମାତ୍ର କିଛି ଟଙ୍କା ଡିସ୍କାଉଟ ପାଇଁ ମହିଳା ଜଣକ ଏତେ ଟଙ୍କା କ୍ଷତି ସହିଛନ୍ତି ଯେ, ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।
ପ୍ରକୃତରେ ମହିଳାଙ୍କୁ ଏକ ଅଫର ଇମେଲ ଆସିଥିଲା। ସେହି ଅଫର ଏକ ଲୋକପ୍ରିୟ କମ୍ପାନି ନାଁରେ ରହିଥିଲା। ଏମିତିରେ ମହିଳାଙ୍କୁ କୌଣସି ସନ୍ଦେହ ହୋଇନଥିଲା। ରିପୋର୍ଟ ଅନୁଯାୟୀ, ୩୮ ବର୍ଷୀୟ ଏହି ମହିଳାଙ୍କୁ କେବଳ ୪୯ ଟଙ୍କାରେ ଚାରି ଡଜନ ଅଣ୍ଡା ମିଳିବା ନେଇ ଅଫର୍ ମେଲ୍ ଆସିଥିଲା । ଆଉ ସେ ଏହି ଅଫରର ଫାଇଦା ଉଠାଇବାକୁ ଚାହିଥିଲେ। ମହିଳା କହିଛନ୍ତି ବିଜ୍ଞାପନରେ କ୍ଲିକ୍ କରିବ ସପିଂ ଲିଙ୍କ୍ରେ ପହଞ୍ଚିଥିଲେ। ଯେଉଁଠାରେ ଅଣ୍ଡା କିଣିବା ପାଇଁ ତାଙ୍କୁ କ୍ରେଡିଟ୍ କାର୍ଡ ତଥ୍ୟ ମଗାଯାଇଥିଲା। କାରଣ ପେମେଣ୍ଟ ପାଇଁ ଅନ୍ୟ ଅପ୍ସନ ନଥିଲା।
ଆହୁରି ପଢ଼ନ୍ତୁ: କେଉଁ ରାଜ୍ୟର ଲୋକେ କରୁଛନ୍ତି ସବୁଠାରୁ ଅଧିକ ଓ କମ୍ ଖର୍ଚ୍ଚ? ଓଡ଼ିଶାରେ ପ୍ରତି ବ୍ୟକ୍ତି ମାସିକ ଖର୍ଚ୍ଚ କେତେ ?
ତେବେ ମହିଳା ଜଣକ କ୍ରେଡିଟ କାର୍ଡ ତଥ୍ୟ ସହ ନାମ, ଫୋନ୍ ନମ୍ବର ଏବଂ ଅନ୍ୟ ତଥ୍ୟ ଏବଂ ଏହା ପରେ ଓଟିପି ଦେବା ମାତ୍ରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୪୮ ହଜାର ୨୦୦ ଟଙ୍କା କଟିଯାଇଥିଲା। ସେତେବେଳେଯାଇ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସହ ଫ୍ରଡ୍ ହୋଇଛି। ଏହା ପରେ ସେ ନିଜ ବ୍ୟାଙ୍କ୍କୁ ଫୋନ୍ କରି ଫ୍ରଡ୍ର ସୂଚନା ଦେଇଥିଲେ ଏବଂ ସାଇବର କ୍ରାଇମରେ ମଧ୍ୟ ଅଭିଯୋଗ ରୁଜୁ କରାଇଥିଲେ। ଫଳରେ ତାଙ୍କର କେବଳ ୩୮ ହଜାର ଟଙ୍କାହିଁ କଟିଥିଲା। କାରଣ ତାଙ୍କର କ୍ରେଡିଟ୍ କାର୍ଡ ଲିମିଟି ୩.୭ ଲକ୍ଷ ଟଙ୍କା ରହିଥିଲା। ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି।