ଖୋର୍ଦ୍ଧାରୋଡ ଷ୍ଟେସନରୁ ମହିଳା ଲୁଟେରା ଗିରଫ
8/10/2018 at 11:02 AM

ଖୋର୍ଦ୍ଧା ୮|୧୦: ଖୋର୍ଦ୍ଧାରୋଡ ଷ୍ଟେସନରୁ ଟ୍ରେନ୍ ଲୁଟେରା ଗିରଫ । ହାୱଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସରୁ ମହିଳା ଲୁଟେରା ଗିରଫ । ଲୁଟେରା ଜଣକ ହେଲେ କଟକ ଚାଉଳିଆଗଞ୍ଜର କୁମାରୀ ପ୍ରଧାନ । ଖୋର୍ଦ୍ଧା ରୋଡ୍ ଜିଆରପିର ଓ ଜିଆରପିର ଏସଟିଏଫ ମିଳିତ ଉଦ୍ୟମରେ ତାଙ୍କୁ ଗିରଫ କରାଯାଇଛି । ତା ନିକଟରୁ ୨ଟି ଭ୍ୟାନିଟି ବ୍ୟାଗ, ୪ଟି ମୋବାଇଲ, ନଗଦ ୪,୬୦୦ ଟଙ୍କା ଜବତ ହୋଇଛି । ଟ୍ରେନରୁ ପ୍ୟାସେଞ୍ଜରଙ୍କଠାରୁ ଲୁଟ୍ କରୁଥିଲେ ମହିଳା ଜଣକ । ହାୱଡା-ପୁରୀ ଜଗନ୍ନଥ ଏକ୍ସପ୍ରେସରେ ଏଖ ପରିବାର ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ମହିଳା ଯାତ୍ରୀଙ୍କ ଭ୍ୟାନିଟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସେହି ଟ୍ରେନରେ ଛାନଭିନ ପରେ ସଂପୃକ୍ତ ମହିଳାକୁ ଗିରଫ କରାଯାଇଛି ।
Related Posts
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023