ସରକାରୀ ଚାକିରୀ ଛାଡି ମହିଳା ବିକୁଛନ୍ତି ନିଜର ବୋଲ୍ଡ ଫଟୋ, କରୁଛନ୍ତି ମୋଟା ଅଙ୍କର ରୋଜଗାର
29/08/2023 at 3:41 PM

ନୂଆଦିଲ୍ଲୀ ୨୯।୦୮: ଚାକିରୀ ଯେତେ ବି ଭଲ ହୋଇଥାଉ ନା କାହିଁକି । ସମସ୍ତଙ୍କ ନଜର ରହିଥାଏ ସରକାରୀ ଚାକିରୀ ଉପରେ । କାହିଁକି ନା ସରକାରୀ ଚାକିରୀ ସବୁଠାରୁ ସୁରକ୍ଷିତ । ଯଦି ଆପଣଙ୍କୁ କୁହାଯାଏ ନିଜର ସ୍ଥାୟୀ ଚାକିରୀକୁ ଛାଡି କିଛି ଅଲଗା କରିବାକୁ, ଆପଣ କଣ କରିବେ । ନିଶ୍ଚୟ ଆପଣ ଏପରି କରିବେନି । କିନ୍ତୁ ଏପରି କରିଛନ୍ତି ଜଣେ ମହିଳା । ଏମିତିକି ସେ ସରକାରୀ ଚାକିରୀ ଛାଡି ଖୁବ୍ ଖୁସି ଅଛନ୍ତି । ଏ ହେଉଛନ୍ତି ବ୍ରିଆନା ଡାଇମଣ୍ଡ । ଯିଏକି ଛାଡି ଦେଇଛନ୍ତି ସ୍ଥାୟୀ ସରକାରୀ ଚାକିରୀ । ଏହାର କାରଣ ମଧ୍ୟ ବେଶ୍ ଅଜବ । ବ୍ରିଆନା ଶୀଘ୍ର ରୋଜଗାର କରିବାର ଚକ୍କରରେ ଏପରି କରିଛନ୍ତି ।

ବ୍ରିଆନା ଆମେରିକା ବାସିନ୍ଦା । ସେଠାରେ ସେ ଜଣେ ସରକାରୀ କର୍ମଚାରୀ ଭାବରେ କାମ କରୁଥିଲେ । ଆଉ ଚାକିରିରେ ତାଙ୍କର କୌଣସି ଅସୁବିଧା ନଥିଲା। କିନ୍ତୁ ଅଧିକ ଟଙ୍କା ରୋଜଗାର ଆଶାରେ ଅନଲାଇନ୍ରେ ନିଜର ଫଟୋ ବିକ୍ରି କରି ରୋଜଗାର କରୁଛନ୍ତି । ସେ ନିଜର ନ୍ୟୁଡ୍ ଫଟୋ ଗୁଡିକୁ ଏକ ସ୍ୱତନ୍ତ୍ର ୱେବସାଇଟରେ ପୋଷ୍ଟ କରନ୍ତି । ଏହାର ପ୍ରତିବଦଳରେ ସେ ଭଲ ଟଙ୍କା ରୋଜଗାର କରନ୍ତି । ବ୍ରିଆନା ଏକ ସାକ୍ଷାତକାରରେ କହିଛନ୍ତି ଯେ ସରକାରୀ ଚାକିରୀ ଛାଡି ଏତେ ବଡ ପଦକ୍ଷେପ ନେବା କଷ୍ଟକର ।

କିନ୍ତୁ ସେ ପୁଅର ଭବିଷ୍ୟତ ଏବଂ ଟଙ୍କା ସେଭିଙ୍ଗ୍ କରିବା ପାଇଁ ସେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛି । ଏଥିପାଇଁ ସେ ତାଙ୍କର ୯-୫ ଚାକିରି ଛାଡି ଦେଇଥିଲେ । ଆଉ ସରକାରୀ ଚାକିରି ଛାଡି ଫଟୋ ବିକ୍ରି କରିବା ଆରମ୍ଭ କଲେ । ଲସ୍ ଏଞ୍ଜେଲ୍ରେ ରହୁଥିବା ବ୍ରିଆନା ଡାଇମଣ୍ଡ ବର୍ତ୍ତମାନ କଣ୍ଟେଣ୍ଟ ସାଇଟ୍ରେ ନିଜର ବୋଲ୍ଡ ଏବଂ ବିନଦାସ ଫଟୋ ବିକ୍ରି କରିଥାନ୍ତି । ଆଉ ମାତ୍ର କିଛି ସମୟ ମଧ୍ୟରେ ପୂର୍ବ ଚାକିରୀ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରନ୍ତି । ସେ ପ୍ରାୟ ୩୩ଟି ପ୍ଲାଟଫର୍ମରେ ନିଜର ଫଟୋ ବିକ୍ରି କରନ୍ତି ଏବଂ ଏଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ବ୍ରିଆନା କହିଛନ୍ତି ଯେ ସେ ଏଥିରୁ ପାଇଥିବା ଟଙ୍କା ପୁଅର ଭବିଷ୍ୟତ ପାଇଁ ସଞ୍ଚୟ କରୁଛନ୍ତି । ସେ ନିଜ ରୋଜଗାରରୁ ସୁନା-ରୂପା, ଜମି-ସମ୍ପତ୍ତି, ଷ୍ଟକ୍, ବଣ୍ଡ୍ ଏବଂ ଆହୁରି ଅନେକ ଜମା କରିଛନ୍ତି । ସେ ଜାଣନ୍ତି ଯେ ଏ କ୍ୟାରିୟର ବହୁତ ଲମ୍ବା ନୁହେଁ, ତେଣୁ ସେ ଭବିଷ୍ୟତ ପାଇଁ ପୁଞ୍ଜି ବିନିଯୋଗ କରିଛନ୍ତି । ନିଜକୁ ଏକ କଣ୍ଟେଣ୍ଟ କ୍ରିଏଟର୍ କହୁଥିବା ବ୍ରିଆନା କେବଳ ଅଧିକାଂଶ ଲୋକଙ୍କ ରିକ୍ବିଷ୍ଟରେ ଭିଡିଓ କରନ୍ତି । ଆଉ ଏଥିପାଇଁ ତାଙ୍କୁ ଟଙ୍କା ମିଳିଥାଏ ।
You Can Read: