ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାମ ସାରି କେନାଲକୁ ଯାଇଥିଲେ ଗାଧୋଇବା ପାଇଁ, ଗୋଡ଼ ଖସି ମହିଳା ଶ୍ରମିକଙ୍କ ଚାଲିଗଲା ଜୀବନ

2/10/2021 at 9:24 PM

ତେଲକୋଇ, ୦୨/୧୦: କେନାଲରେ ବୁଡି ମହିଳା ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଜଟ ଗାଁ ବାଲିସାହିରେ । ଜଟ ଗାଁ ବାଲିସାହିର ମାଶାରୀ ମୁଣ୍ଡା ଦୈନିକ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ଆଜି ଦିନ ମଜୁରିଆ ଭାବେ କାମ କରିବାକୁ ଯାଇଥିଲେ ମାଶାରୀ ମୁଣ୍ଡା । ଉପରବେଳା ପ୍ରାୟ ୬ ଟା ବେଳକୁ କାମରୁ ଛୁଟି ହେବା ପରେ ଘରକୁ ଫେରୁଥିଲେ ।

ତେବେ ସାହି ନିକଟ କେନାଲରେ ଅନ୍ୟ ଦୁଇ ସାଥିଙ୍କ ସହିତ ଗାଧୋଇବା ପାଇଁ ଯାଇଥିଲେ । ଅନ୍ୟ ସାଥି ଦୁଇଜଣ ଶିଘ୍ର ଗାଧୋଇ ପଳାଇ ଯାଇଥିଲେ । ମାଶାରୀ ପଛରେ ଗାଧେଇବା ବେଳେ କୌଣସି କାରଣରୁ ଗୋଡଖସି ବୁଡିଯାଇଥିଲେ । କିଛି ଛୋଟ ପିଲା ମହିଳା ଜଣଙ୍କ ବୁଡିଯାଉଥିବା ଦେଖି ସାହି ଲୋକଙ୍କୁ ଡାକିଥିଲେ । ସାହିଲୋକ ଆସି ଖୋଜାଖୋଜି କରି ମାଶାରୀଙ୍କୁ କେନାଲରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

   Related Posts