ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବାଇକରେ ସ୍ୱାମୀ ସହ ଶାଶୂଘରକୁ ଫେରିଲା ବେଳେ ଫିଲ୍ମି ଷ୍ଟାଇଲରେ ବନ୍ଧୁକ ଦେଖାଇ ନବ ବିବାହିତା ମହିଳାଙ୍କୁ ଅପହରଣ କରିନେଲେ ଦୁର୍ବୁତ୍ତ: ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା

17/12/2020 at 6:43 PM

ପ୍ରୟାଗରାଜ ୧୭/୧୨ : ସଙ୍ଗମ ନଗରୀ ପ୍ରୟାଗରାଜରେ ଜଣେ ମହିଳାଙ୍କୁ ଫିଲ୍ମି ଷ୍ଟାଇଲରେ ଅପହରଣ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଦୁଇ ସପ୍ତାହ ପୂର୍ବରୁ ମହିଳାଙ୍କ ବିବାହ ହୋଇଥିଲା। ମହିଳା ନିଜ ସ୍ୱାମୀଙ୍କ ସହ ବାଇକରେ ବସି ନିଜ ବାପଘରୁ ଶାଶୂଘରକୁ ଯାଉଥିଲେ। ସେତେବେଳେ କାରରେ କିଛି ଦୁର୍ବୁତ୍ତ ଆସି ମହିଳାଙ୍କୁ ଅପହରଣ କରିନେଇଥିଲେ। ପୀଡିତ ପରିବାରର ଅଭିଯୋଗ କ୍ରମେ ପୋଲିସ ୧୧ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ନବ ବିବାହିତା ମହିଳାଙ୍କୁ ଉଦ୍ଧାର କରିବାକୁ ପୋଲିସ ୫ଟି ଟିମ ଗଠନ କରିଛି।

ମହିଳାଙ୍କ ଅପହରଣକୁ ୨୪ ଘଣ୍ଟା ବିତି ଯାଇଥିବା ସତ୍ତ୍ୱେ ଏବେ ଯାଏଁ ତାଙ୍କର କିଛି ପତ୍ତା ମିଳିନି। ପୀଡିତ ପରିବାର ଅଭିଯୋଗ କରିଛି ଯେ ଅପହରନକର୍ତ୍ତା ମାଫିଆ ଘୋଷିତ ହୋଇଥିବା ପୂର୍ବତନ ବାହୁବଳୀ ସାଂସଦ ଅତୀକ ଅହମଦର ଗୁଣ୍ଡା। ପୂର୍ବ ଶତ୍ରୁତାକୁ ନେଇ ଅପହରନକର୍ତ୍ତା ମହିଳାଙ୍କୁ ବିଚ ରାସ୍ତାରୁ ଉଠେଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଫିଲ୍ମି ଷ୍ଟାଇଲର ଅପହରଣକୁ ନେଇ ପ୍ରୟାଗରାଜରେ ଚାଞ୍ଚଲ୍ୟ ଖେଳିଯାଇଛି।

ଘଟଣା ବୁଧବାର ସନ୍ଧ୍ୟାରେ ପ୍ରୟାଗରାଜ ଘୁମାନଗଂଜ ଥାନା ଅନ୍ତର୍ଗତ ଦେବଘାଟ ଅଞ୍ଚଳରେ ଘଟିଛି। ସେହି ଅଞ୍ଚଳରେ ରହୁଥିବା ସୋନି ପାଲଙ୍କ ବାହାଘର ଡିସେମ୍ବର ୨ ତାରିଖରେ କରେଲିରେ ରହୁଥିବା ବିମଳେଶଙ୍କ ସହିତ ହୋଇଥିଲା। ବାହାଘର ପରେ ସୋନି ନିଜ ବାପଘରକୁ ଯାଇଥିଲେ। ବିମଳେଶ ତାଙ୍କୁ ନେବାକୁ ଆସିଥିଲେ। ବାଇକରେ ନବ ବିବାହିତା ଦମ୍ପତ୍ତି ବୁଧବାର ସନ୍ଧ୍ୟାରେ ଦେବଘାଟ ପାଖରେ ପହଞ୍ଚିବା କ୍ଷଣି ସେଠାରେ ତାଙ୍କୁ ଏକ କାର ଓଭରଟେକ କରିଥିଲା। ଆଉ କିଛି ଲୋକ ବାଇକରେ ଆସିଥିଲେ। କାରରେ ଆସିଥିବା ଲୋକମାନେ ବିମଳେଶଙ୍କୁ ଲାଠି ଓ ବାଡ଼ିରେ ପିଟିଥିଲେ ଓ ବାଇକ ଚାବି ଛଡେଇ ନେଇଥିଲେ। ସେମାନେ ବନ୍ଧୁକ ମଧ୍ୟ ଧରିଥିଲେ ଏବଂ ବିମଳେଶଙ୍କୁ ମୁହଁ ବନ୍ଦ ରଖିବାକୁ ଧମକ ଦେଇଥିଲେ। ବିମଳେଶ, ସୋନି ଓ ଆଖପାଖରେ ଥିବା ଲୋକଙ୍କ ମଧ୍ୟ ଭୟ ସଞ୍ଚାର କରିବାକୁ ସେମାନେ ଫାଏରିଙ୍ଗ ମଧ୍ୟ କରିଥିଲେ। କାରରେ ଆସିଥିବା ଗୁଣ୍ଡାମାନେ ସୋନିଙ୍କୁ ଜୋର ଜବରଦସ୍ତ କାରରେ ଉଠେଇନେଇ ସେଠାରୁ ଫେରାର ହୋଇଗଲେ।

ପୀଡିତ ପରିବାରଙ୍କ ଅଭିଯୋଗ ପରେ ପୋଲିସ ବିଳମ୍ବିତ ରାତିରେ ମାମଲା ରୁଜ୍ଜୁ କରିଥିଲା। ପୀଡିତ ପରିବାର ଅପହରଣ ମାମଲାରେ ସୋନିଙ୍କ ଗାଁର ୧୦ ଜଣଙ୍କ ନାଁରେ ଏଫଆଇଆର ରୁଜ୍ଜୁ କରିଛନ୍ତି। ଉଭୟ ପରିବାର ମଧ୍ୟରେ ବହୁ ପୁରୁଣା ଶତ୍ରୁତା ଥିଲା ବୋଲି କୁହାଯାଉଛି। ଏକ ପ୍ରେମ ପ୍ରସଙ୍ଗ ଯୋଗୁଁ ଉଭୟ ପରିବାର ମଧ୍ୟରେ ଶତ୍ରୁତା ଉତ୍ପନ୍ନ ହୋଇଥିଲା। ଅପହରଣ କରିଥିବା ପକ୍ଷ ସୋନିଙ୍କୁ ବାହାଘର ଭାଙ୍ଗିବାକୁ, ତାଙ୍କୁ ବଦନାମ କରିବାକୁ ଏବଂ ଆତଙ୍କ ପରିବାର ନିଚା ଦେଖାଇବାକୁ ଏହିଭଳି କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି। ଏସପି ଦୀନେଶ କୁମାର ସିଂହ କହିଛନ୍ତି ମହିଳାଙ୍କୁ ଉଦ୍ଧାର କରିବାକୁ ୩ଟି ଥାନା ପୋଲିସ ସହ ୫ଟି ଟିମ ଗଠନ କରାଯାଇଛି। ଘଟଣାରେ ଅନେକ ଏଙ୍ଗଲରୁ ତଦନ୍ତ କରୁଛି ପୋଲିସ। ତେବେ ମହିଳାଙ୍କୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି ପୋଲିସ କହିଛି।

   Related Posts