scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିନ ଦ୍ୱିପ୍ରହରେ ବାଇକ୍‌ରେ ବସାଇ ମହିଳାଙ୍କୁ ଅପହରଣ କରି ନେଲେ ଦୁଇ ଦୁର୍ବୃତ୍ତ, ଜିଅନ୍ତା ଶବ ଭଳି ସବୁ ଦେଖି ନିରବ ରହିଲେ ଲୋକେ

20/11/2023 at 9:55 PM

madhyapradesh

ଗ୍ୱାଲିଅର: ଦିନ ଦ୍ୱିପ୍ରହରେ, ଲୋକଙ୍କ ସାମ୍ନାରେ, ଦୁଇ ଜଣ ବାଇକ୍‌ରେ ଆସିଲେ.. ପେଟ୍ରୋଲ ଟାଙ୍କି ପାଖରେ ଛିଡ଼ା ହୋଇଥିବା ମହିଳାଙ୍କୁ ଜବରଦସ୍ତ ବାଇକ୍‌ରେ ବସାଇ ଅପହରଣ କରିନେଲେ। ହେଲେ ନା କେହି ମୁହଁ ଫିଟାଇଲେ ନା କେହି ଅଟକାଇବାକୁ ଚେଷ୍ଟା କଲେ। ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଯେମିତି ଜିଅନ୍ତା ଶବ ପାଲଟି ଯାଇଥିଲେ।

ଏଭଳି ଦୁର୍ଭାପୂର୍ଣ୍ଣ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ। ସିସିଟିଭିରେ ଏହାର ଫୁଟେଜ୍ କଏଦ ହୋଇଛି। କଏଦ ହୋଇଥିବା ଭିଡିଓ ଅନୁସାରେ ଜଣେ ବ୍ୟକ୍ତି ପ୍ରଥମେ ବାଇକ୍ ଚଳାଇ ପେଟ୍ରୋଲ ପମ୍ପ ପାଖରେ ଅପେକ୍ଷା କରୁଛନ୍ତି। ଏହାପରେ ଅନ୍ୟ ଜଣେ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଟାଣି ଆଣି ଜବରଦସ୍ତ ବାଇକ୍‌ରେ ବସାଇ ନିଜେ ବସି ଫେରାର୍ ହେଇଯାଉଛନ୍ତି।

ଘଟଣା ସମୟରେ ମହିଳା ଜଣଙ୍କ ଜୋର୍‌ରେ ଚିତ୍କାର ଛାଡ଼ି କାନ୍ଦୁଥିବା ଉପସ୍ଥିତ ଥିବା ଲୋକେ ଶୁଣିଛନ୍ତି। ଅପହରଣ ହୋଇଥିବା ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କ ପରିବାର ବସ୍‌ଯୋଗେ ଗ୍ୱାଲିଅର ଆସିଥିଲେ। ବସ୍ ପେଟ୍ରୋଲ ପମ୍ପ ପାଖରେ ଅଟକିବା ପରେ ଉକ୍ତ ମହିଳା ସାଙ୍ଗରେ ଆସିଥିବା ଛୋଟ ପିଲାଙ୍କୁ ପେଟ୍ରୋଲ ପମ୍ପରେ ଥିବା ସୌଚାଳୟକୁ ନେଇ ଯାଇଥିଲେ। ଏହି ସମୟରେ ତାଙ୍କୁ ଅପହରଣ କରାଯାଇଛି। ଛୋଟ ପିଲାଟି କାନ୍ଦି କାନ୍ଦି ଆସି ପରିବାର ଲୋକଙ୍କୁ ଜଣାଇଥିଲା।

ପଢ଼ନ୍ତୁ-୨୧ ଦିନ ପାଇଁ ମିଳିଲା ପାରୋଲ, ପୁଣି ଜେଲ୍‌ରୁ ବାହାରକୁ ଆସିବ ଦୁଷ୍କର୍ମ ମାମଲାରେ ଦୋଷୀ ରାମ ରହିମ

ଘଟଣା ପରେ ପରିବାର ଲୋକ ପୁଲିସରେ ଅପହରଣ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ସୂଚନା ଦେଇ ଆସିଷ୍ଟାଣ୍ଟ ଏସ୍‌ପି ଋଶିକେଶ ମୀନା କହିଛନ୍ତି ଯେ ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି। ପେଟ୍ରୋଲ ପମ୍ପ ଠାରୁ ସିସିଟିଭି ଫୁଟେଜ ଆଣି ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଦୋଷୀଙ୍କୁ ଧରିବୁ ବୋଲି ଏସ୍‌ପି କହିଛନ୍ତି।  

   Related Posts