ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ମହିଳା ଜୀବନ୍ତ ଦଗ୍ଧ : ଜଳିଗଲା ୩ଟି ପରିବାରର ୬ବଖରା ଘର
17/02/2020 at 11:42 AM

ଭଦ୍ରକ ୧୭/୨ : ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗଁ।ରେ ଆଜି ସକାଳ ୭ଟାରେ ତୁଷାରକାନ୍ତ ମହାଳିକଙ୍କ ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକ୍ ହେବାରୁ ତୁଶାରକାନ୍ତଙ୍କ ସ୍ତ୍ରୀ ପୂର୍ଣ୍ଣିମା ଦାସ ଗ୍ୟାସ ଲିକ ହେଉଥିବାର ଜାଣି ନପାରି ଲାଇଟର ମାରିବାରୁ ଘରେ ନିଅଁ। ଲାଗିଯାଇଥିଲା। ଫଳରେ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ପୂର୍ଣ୍ଣିମା ।

ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ନିଅଁ।କୁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଅଗ୍ନିଶମ ବିଭାଗର ଗାଡ଼ି ପହଁଚିବା ପୂର୍ବରୁ ୩ଟି ପରିବାର ୬ବଖରା ଘର ପୋଡ଼ିଯିବା ସହ ଅଗ୍ନିକାଣ୍ଡରେ ତୁଶାରକାନ୍ତଙ୍କ ସ୍ତ୍ରୀ ପୂର୍ଣ୍ଣିମା ଦାସଙ୍କ ମୃତ୍ୟୁ ହୋଇଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023