ଶାରୀରିକ ସମ୍ପର୍କ ନରଖି ଗର୍ଭବତୀ ହେଲେ ମହିଳା, ରହସ୍ୟ ଖୋଜୁଛନ୍ତି ଡାକ୍ତର

Published By : Prameya-News7 Bureau | March 11, 2021 IST

ଲଣ୍ଡନ, ୧୧|୦୩:   ବିନା ଶାରୀରିକ ସମ୍ପର୍କରେ ଗର୍ଭବତୀ ହେଲେ ମହିଳା । ଡାକ୍ତରଙ୍କ ପାଇଁ ବଢିଲା ରହସ୍ୟ । ଏପରି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ଇଂଲଣ୍ଡକ ହାମ୍ପୟାର ସହରରେ । ଏହି ସହରରେ ରହୁଥିବା ଜଣେ ମହିଳା ସୋସିଆଲ ମିଡିଆରେ ନିଜର ଚକିତ କଲା ଭଳି କାହାଣୀ ବାବଦରେ ପୋଷ୍ଟ କରିଛନ୍ତି । ୨୮ ବର୍ଷୀୟା ନିକୋଲ କହିଛନ୍ତି ଯେ, ସେ ବିନା ଶାରୀରିକ ସମ୍ପର୍କରେ ଗର୍ଭବତୀ ହୋଇଛନ୍ତି ।

ଡେଲିମେଲର ରିପୋର୍ଟ ଅନୁସାରେ, ନିକୋଲ ଯେତେବେଳେ ୧୮ ବର୍ଷର ଥିଲେ, ତାଙ୍କର ଜଣେ ପୁରୁଷ ବନ୍ଧୁ ଥିଲେ । ଏକଦା ସେ ଅଫିସରେ କାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହାପରେ ତାଙ୍କ ବନ୍ଧୁ ତାଙ୍କୁ ଗର୍ଭବତୀ ନା ନାହିଁ ସେନେଇ ପରୀକ୍ଷା କରିବାକୁ କହିଥିଲେ । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ଜାଣିବା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । କାରଣ ସେ ସମ୍ପୂର୍ଣ୍ଣ ଭାବେ କୁଆଁରୀ ଥିଲେ । ଏପରିକି ପ୍ରେମିକଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ନଥିଲା ।

ନିକୋଲ କହିଛନ୍ତି ଯେ, ସେ ଓ ତାଙ୍କ ପୁରୁଷ ବନ୍ଧୁ କେବେବି ଶାରୀରିକ ସମ୍ପର୍କ ରଖିନଥିଲେ । କିନ୍ତୁ ସେ କିପରି ଗର୍ଭବତୀ ହେଲେ ତାହା ବୁଝିପାରୁ ନାହାଁନ୍ତି । ଏହାର କାରଣ ସେ ଜାଣି ନାହାଁନ୍ତି । ଏହାପରେ ସେ ଡାକ୍ତରଙ୍କୁ ଦେଖା କରିଥିଲେ । ତେବେ ସେ ଭେଜିନସ୍ମସ୍ ନାମକ ଏକ ରୋଗରେ ପୀଡିତ ବୋଲି ଜାଣିବାକୁ ପାଇଥିଲେ । ଏହି ରୋଗରେ ଶାରୀରିକ ସମ୍ପର୍କ ରଖିବା କଷ୍ଟକର ହୋଇପଡେ ।

ଯେତେବେଳେ ଏହା ଜଣାପଡିଲା ନିକୋଲ ଭୟଭୀତ ହୋଇଯାଇଥିଲେ । ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ସନ୍ଦେହ କରିବେ ବୋଲି ସେ ଭାବିଥିଲେ । କିନ୍ତୁ ପୁରୁଷ ବନ୍ଧୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ଏପରିକି ପ୍ରସବ ସମୟରେ ତାଙ୍କୁ ସେତେ କଷ୍ଟ ହୋଇନଥିଲା । ଏବେ କିନ୍ତୁ ସେ ଓ ତାଙ୍କ ପୁରୁଷ ବନ୍ଧୁ ଏକାଠି ନାହାଁନ୍ତି । କିନ୍ତୁ ସେ ନିଜ ଝିଅଙ୍କୁ ବହୁତ ଭଲ ପାଉଛନ୍ତି ବୋଲି କହିଛନ୍ତି ।

ତେବେ ଡାକ୍ତର କହିଛନ୍ତି ଯେ, ଶାରୀରିକ ସମ୍ପର୍କ ନରଖି ମଧ୍ୟ ଶୁକ୍ରାଣୁ ଶରୀରେର ପ୍ରବେଶ କଲେ ଜଣେ ମହିଳା ଗର୍ଭବତୀ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ବିରଳ ମାମଲା । ନିକୋଲଙ୍କ ମାମଲା ଏହାମଧ୍ୟରୁ ଗୋଟିଏ ବୋଲି ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.