ଡିଜେ ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ; ଘଟଣାସ୍ଥଳରେ ଉତ୍ତେଜନା
7/03/2023 at 4:43 PM

ସୋର ୦୭/୦୩: ଡିଜେ ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ। ଫଳରେ ସେଠାରେ ଉତ୍ୟକ୍ତ ଲୋକମାନେ ଗାଡ଼ିଟିକୁ ଜାଳି ଦେଇଛନ୍ତି। ଏହି କାରଣରୁ ସେହି ଗାଡ଼ିରେ ଥିବା ଡିଜିରେ ନିଆଁ ଲାଗିବା ସହ ଏକ ବାଉଁଶ ବୁଦା ଜଳିଯାଇଛି। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଏପରି ଅଭାବନୀୟ ଘଟଣା ସୋର ଅଞ୍ଚଳ କାନପୁର ଛକରେ ଘଟିଛି।

ଖବର ଅନୁସାରେ, ସୋର କୁପାରୀ ରାସ୍ତା କାନପୁର ଛକ ନିକଟରେ ଉର୍ମିଳା ଦାସ ରାସ୍ତାରେ ଛିଡ଼ା ହୋଇଥଲେ। ଏହି ସମୟରେ ଏକ ଡିଜେ ପିକଅପ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଉର୍ମିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ରାଗରେ ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା ପିକଅପକୁ ଜାଳି ଦେଇଛନ୍ତି। ଉର୍ମିଳା ପାଖ ଗାଁ କୁଡ଼େଇରୁ ହୋଲି ଦେଖି ଫେରିବା ବେଳେ ଏପରି ଅଘଟଣ ଘଟିଛି। ଡିଜିରେ ନିଆଁ ଲାଗିବା ଫଳରେ ପାଖରେ ଥିବା ବାଉଁଶ ବୁଦାରେ ନିଆଁ ଲାଗିଥିଲା। ଏହି ଖବର ପାଇ ସୋର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।