ମହିଳା IPLରେ ଆଦାନୀ ବନାମ ଅମ୍ବାନୀ ଲଢେଇ, ବିକ୍ରି ହେଲା ୫ଟି ଟିମ୍, BCCI ମାଲାମାଲ୍
25/01/2023 at 4:55 PM

ନୂଆଦିଲ୍ଲୀ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍(WIPL)ର ପ୍ରଥମ ସଂସ୍କରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିବେ ୫ଟି ଦଳ। ସମସ୍ତ ଦଳକୁ ବିସିସିଆଇ ବିକ୍ରି କରି ମାଲାମାଲ୍ ହୋଇଛି। ବିସିସିଆଇକୁ ପାଞ୍ଚଟି ଦଳର ବିକ୍ରିରୁ ୪୬୬୯.୯୯ କୋଟି ଟଙ୍କାର ରାଜସ୍ଵ ମିଳିଛି। ବିସିସିଆଇର ସଂପାଦକ ଜୟ ଶାହ ବୁଧବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।
ମହିଳା ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣରେ ପାଞ୍ଚ ଦଳ ହେଉଛନ୍ତି ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ। ଦଳଗୁଡିକର ନିଲାମୀ ସଂପନ୍ନ ହୋଇଛି। ଅହମ୍ମଦାବାଦ ପାଇଁ ସର୍ବାଧିକ ବିଡିଂ ଗୌତମ ଆଦାନୀଙ୍କ ପକ୍ଷରୁ ଲଗାଯାଇଛି। ଏହା ପରେ ଦ୍ଵିତୀୟରେ ମୁମ୍ବାଇକୁ ଦଳକୁ ଇଣ୍ଡିଆଭିନ ସ୍ପୋର୍ଟ୍ସ କିଣିଛି। ଏହା ରିଲାଏନ୍ସ ଗ୍ରୁପର କମ୍ପାନି। ଅର୍ଥାତ ଏଥର ମହିଳା ଆଇପିଏଲରେ ପ୍ରଶଂସକଙ୍କୁ ଆଦାନୀ ଗ୍ରୁପ ଏବଂ ରିଲାଏନ୍ସ ଗ୍ରୁପର ଦଳ ମୁହାଁମୁହିଁ ହେବେ।
𝐁𝐂𝐂𝐈 𝐚𝐧𝐧𝐨𝐮𝐧𝐜𝐞𝐬 𝐭𝐡𝐞 𝐬𝐮𝐜𝐜𝐞𝐬𝐬𝐟𝐮𝐥 𝐛𝐢𝐝𝐝𝐞𝐫𝐬 𝐟𝐨𝐫 𝐖𝐨𝐦𝐞𝐧’𝐬 𝐏𝐫𝐞𝐦𝐢𝐞𝐫 𝐋𝐞𝐚𝐠𝐮𝐞.
— BCCI (@BCCI) January 25, 2023
The combined bid valuation is INR 4669.99 Cr
A look at the Five franchises with ownership rights for #WPL pic.twitter.com/ryF7W1BvHH
ପାଞ୍ଚ ଦଳକୁ କିଏ କେତେ ଟଙ୍କାରେ କିଣିଲେ
୧ – ଆଦାନୀ ସ୍ପୋର୍ଟ୍ସଲାଇନ ପ୍ରାଇଭେଟ୍ ଲିମିଟେଡ, ଅହମ୍ମଦାବାଦ, ୧୨୮୯ କୋଟି ଟଙ୍କା
୨ – ଇଣ୍ଡିଆଭିନ ସ୍ପୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ(ରିଲାଏନ୍ସ ଗ୍ରୁପ), ମୁମ୍ବାଇ, ୯୧୨.୯୯ କୋଟି ଟଙ୍କା
୩ – ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟ୍ସ ପ୍ରାଇଭେଟ୍ ଲିମିଟେଡ, ବେଙ୍ଗାଲୁରୁ, ୯୦୧ କୋଟି ଟଙ୍କା
୪ – ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ୍ ପ୍ରାଇଭେଟ୍ ଲିମିଟେଡ, ଦିଲ୍ଲୀ, ୮୧୦ କୋଟି ଟଙ୍କା
୫ – କେପ୍ରି ଗ୍ଲୋବାଲ ହୋର୍ଲ୍ଡିଙ୍ଗ୍ସ ପ୍ରାଇଭେଟ୍ ଲିମିଟେଡ, ଲକ୍ଷ୍ନୌ, ୭୫୭ କୋଟି ଟଙ୍କା
ଏ ଖବର ପଢନ୍ତୁ- ୩ ଦିନ ପୂର୍ବେ କରିଥିଲେ ଶତକର ଭବିଷ୍ୟତବାଣୀ, ଆଉ ଆଜି…, ଦ୍ଵିତୀୟ ଦିନିକିଆରେ କ’ଣ କହିଥିଲେ ହିଟ୍ ମ୍ୟାନ୍ ?
ମାର୍ଚ୍ଚରେ ହୋଇପାରେ ମହିଳା ପ୍ରିମିୟର ଲିଗ୍
ବିସିସିଆଇ ମହିଳା ପ୍ରିମିୟର ଲିଗ୍ର କାର୍ଯ୍ୟସୂଚୀ ଅଦ୍ୟାବଧି ଜାରି କରିନାହିଁ। ମାତ୍ର ଖବର ଅନୁଯାୟୀ ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ମାର୍ଚ୍ଚ ୨୬ ମଧ୍ୟରେ ଆୟୋଜନ କରାଯାଇପାରେ। ଏହା ପୂର୍ବରୁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ମଧ୍ୟ ବାକି ରହିଛି। ପ୍ରଥମ ସଂସ୍କରଣରେ ୨୨ ମୁକାବିଲା ଖେଳାଯାଇପାରେ। ସମସ୍ତ ମ୍ୟାଚ୍ ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ ଏବଂ ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ଆୟୋଜନ କରାଯାଇପାରେ। ଆଉ ଓ୍ଵାଙ୍ଖେଡା ଷ୍ଟାଡିୟମକୁ ପୁରୁଷ ଆଇପିଏଲ ପାଇଁ ପ୍ରସ୍ତୁତ ରଖାଯିବ।