ସାପ କାମୁଡାରେ ମହିଳା ଗୁରୁତର : ନାଗ ସାପକୁ ଧରି ଡାକ୍ତରଖାନାରେ ପରିବାର

Published By : Prameya-News7 Bureau | January 23, 2020 IST

କଳାହାଣ୍ଡି ୨୩/୧: ସାପ କାମୁଡାରେ ଗୁରୁତର ମହିଳା ସହ ଜୀଅନ୍ତା ସାପକୁ ଧରି ଡାକ୍ତରଖାନା ପହଞ୍ଚିଲେ ପରିବାର । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଲାକୁର୍ଭଟା ଗାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଆଜି ସକାଳେ କାଞ୍ଚନ ସୁନାଙ୍କୁ ଘରେ ସାପ କାମୁଡି ଥିଲା । ଗୁରୁତର ମହିଳାଙ୍କୁ ପ୍ରଥମେ ଧର୍ମଗଡ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

{"id":214837,"sizeSlug":"large"}

ଏହା ପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କାଞ୍ଚନଙ୍କୁ ନାଗ ସାପ କାମୁଡିଥିବା ଜଣାପଡିଛି । ସାପକୁ ପରିବାର ଲୋକେ ଏକ ଡବାରେ ପୁରାଇ ରଖିଛନ୍ତି।

{"id":214838,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.