Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମନ୍ଦିରରୁ ଗୁରୁତର ଅବସ୍ଥାରେ ମହିଳା ଉଦ୍ଧାର : ଶାଶୁ ଘର ଲୋକେ ଦୁର୍ଗା ମନ୍ଦିରରେ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ

9/03/2020 at 2:30 PM

ବାଲେଶ୍ବର ୯/୩: ମହିଳାଙ୍କୁ ଦୁର୍ଗା ମନ୍ଦିରରେ ବଳି ଦେବାକୁ ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ଗ୍ରାମବାସୀ । କାଳସି ଲାଗିଥିବା ଦେଢଶୁରଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗାଁରେ ଉତ୍ତେଜନା ଦେଖାଦେବାରୁ ପୁଲିସ ତିନି ଜଣକୁ ଅଟକ ରଖିଛି ।

ଖଇରା ଥାନା ଅର୍ଜ୍ଜୁନପୁର ଗାଁର ଚିନ୍ମୟୀ ଜେନାଙ୍କ ପୁଅ ସହ ଘରେ ରହିଥିଲେ । ହଠାତ ତାଙ୍କ ଘର ଭିତରକୁ ଦେଢଶୁର, ଦିଅର, ଝିଆରୀ ପଶି ତାଙ୍କୁ ଟଣାଓଟଣା କରି ଦୁର୍ଗ।ମନ୍ଦିରକୁ ନେଇଯାଇଥିଲେ । ତିନିଜଣ ଚିନ୍ମୟୀଙ୍କୁ ଘରୁ ବାହାର କରି ମିଳିତଭାବେ ଟେକି ନେଇ ଗାଁ ମଝିରେ ଥିବା ଦୁର୍ଗା ମନ୍ଦିରକୁ ନେଇ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । କବାଟ ନଖୋଲିବାରୁ ତାଙ୍କ ଝିଆରୀ କାଳସି ହୋଇ ଚିତ୍କାର କରିଥିଲେ । ଚିନ୍ମୟୀ ମାଡ ଖାଉଥିବା ଦେଖି ମଧ୍ୟ କେହି ଏହାର ପ୍ରତିବାଦ କରି ନଥିଲେ । ଗାଁ ମହିଳା ମଣ୍ଡଳର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଇରା ମେଡିକାଲରେ ଭର୍ତ୍ତି କରିଥିଲେ । ଖବରପାଇ ଚିନ୍ମୟୀର ଦେଢଶୁର ପ୍ରଦୀପ କୁମାର ଜେନା, ସାନ ଦିଅର ଟୁବା ଜେନା ଓ ବିବାହିତ ନଣନ୍ଦଙ୍କୁ ଖଇରା ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି । ଘଟଣାରେ ତିନି ଜଣଙ୍କୁ ପୁଲିସ ଗିରଫ କରିଛି।

   Related Posts