ବାଡିରେ କାମ କରୁଥିବା ବେଳେ ମହୁମାଛିଙ୍କ ଆକ୍ରମଣ, ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି
13/06/2023 at 2:17 PM

ମାର୍ଶାଘାଇ ୧୩।୬: ବାଡିରେ କାମ କରୁଥିବା ବେଳେ ଆକ୍ରମଣ କଲା ମହୁମାଛି । ମହୁମାଛି ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପୁରୁଷୋତ୍ତମପୁର ଗାଁର ସୁଷମା ଲେଙ୍କା ନିଜ ବାଡିରେ କାମ କରୁଥିବା ବେଳେ ନିକଟସ୍ଥ ଆମ୍ବ ଗଛରେ ଥିବା ମହୁମାଛି ଆସି ତାଙ୍କୁ ଆକ୍ରମଣ କରିଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ମହିଳାଙ୍କୁ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
You Can Read :
Related Posts
ବଜାରରେ ପ୍ରବେଶ କଲା ରୋୟାଲ ଏନଫିଲ୍ଡର ହିମାଲୟନ
4 December 2023