ଭାଲୁ ଆକ୍ରମଣରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
28/02/2020 at 12:59 PM

ପାଟଣା ୨୮।୨: ଭାଲୁ ଆକ୍ରମଣରେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣଘାଟି ଗ୍ରାମର ଜେମାମଣୀ ମୁଣ୍ଡା । ତାଙ୍କୁ ପ୍ରଥମେ ଘଟଗାଁ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପୋଲାଣଘାଟି ଗ୍ରାମର ଜେମାମଣୀ ମୁଣ୍ଡା ଆଜି ସକାଳୁ ଶୌଚ ହେବାକୁ ଯାଉଥିବା ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଜେମାମଣୀଙ୍କ ବାମ ଜଙ୍ଘ ଏବଂ ଅଣ୍ଟାରେ ଗଭୀର କ୍ଷତ ହୋଇଛି । ଗାଁ ନିକଟରେ ଥିବା ହୁଡାରେ ଭାଲୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023