ପୁତୁରାର ମରଣାନ୍ତକ ଆକ୍ରମଣରେ ବଡମା’ ଗୁରୁତର

Published By : Prameya-News7 Bureau | December 10, 2019 IST

ଆନନ୍ଦପୁର ୧୦।୧୨: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଭାଟିସିରା ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି | 

{"id":196015,"sizeSlug":"large"}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଭାଟିସିରା ଗାଁର ବୁଦ୍ଧଦେବ ଓଝାଙ୍କ ସ୍ତ୍ରୀ ପାଗଳି ଓଝା ଆଜି ସକାଳୁ ନିଜ ଘର ସମ୍ମୁଖରେ ଠିଆ ହୋଇଥିବାବେଳେ ତାଙ୍କ ପୁତୁରା ଚନ୍ଦନ ହଠାତ୍ ଏକ ଧାରୁଆ କତା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ | ପୂର୍ବରୁ ଥିବା ଜମିବାଡ଼ି ବିବାଦକୁ ନେଇ ଚନ୍ଦନ ଏହି  ଆକ୍ରମଣ କରିଥିବା ସୂଚନା ମିଳିଛି | ପରିବାର ଲୋକଙ୍କ ଦ୍ବାରା ଘସିପୁରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.