ଡାହାଣୀ ସନ୍ଦେହରେ ପୁତୁରା ବୋହୂକୁ ତୀର ମାଡ, କକା ଶ୍ବଶୁର ଗିରଫ

Published By : Prameya-News7 Bureau | May 26, 2023 IST

ରାଇରଙ୍ଗପୁର ୨୬।୫: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ରାଧାନଗର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଡାହାଣୀ ସନ୍ଦେହରେ ତୀର ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଧାନଗର ଗ୍ରାମର ଶୁକୁରମଣୀ ପୁର୍ତ୍ତିଙ୍କୁ ଡାହାଣୀ ସନ୍ଦେହ କରି ତାଙ୍କ ନିଜ କକା ଶ୍ବଶୁର ତୀର ମାଡ଼ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ କକା ଶ୍ବଶୁରଙ୍କ ଘରେ ବାରମ୍ବାର ଜ୍ବର ଓ ରୋଗ ହେଉଥିବାରୁ ଏପରି ଅଭାବନୀୟ ଘଟଣା ଘଟାଇଥିବା ଶୁକୁରମଣୀ କହିଛନ୍ତି । ତେବେ ଗୁରୁବାର ସନ୍ଧ୍ୟା ୬ଟା ସମୟରେ ସୁକମଣି ପୁର୍ତ୍ତି ହାଟରୁ ଫେରୁଥିବା ସମୟରେ ତାଙ୍କ କକା ଶ୍ବଶୁର ପେଟରେ ତୀର ମାରି ମରଣାନ୍ତକ ଆକ୍ରମଣ ଉଦ୍ୟମ କରିଥିଲା । ତେବେ ବିଶୋଇ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କକା ଶ୍ବଶୁରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସେପଟେ ଗୁରୁତର ଶୁକୁରମଣୀର ଚିକିତ୍ସା ରାଇରଙ୍ଗପୁର ମେଡିକାଲରେ ଚାଲିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.