କନ୍ଧମାଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ ଅଭିଯୋଗ

Published By : Prameya-News7 Bureau | October 06, 2018 IST

କନ୍ଧମାଳ ୬|୧୦:   ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ ଅଭିଯୋଗ । କନ୍ଧମାଳ ଜିଲ୍ଲା ଉପରସାହିରେ ଘଟିଛି ଏଭଳି ଘଟଣା । ତୁଳସୀ ବେହେରାଙ୍କ ଘରେ କେହି ନଥିବା ବେଳେ ତାଙ୍କ ପଡିଶା  ଅରୁଣ ବେହେରା ଓ ତାଙ୍କ ସ୍ତ୍ରୀ ସଙ୍ଗିତା ବେହେରା ତୁଳସୀଙ୍କୁ ମାଡମାରିବା ସହ ତାଙ୍କ ଦୁଇ ଛୁଆଙ୍କୁ ମଧ୍ୟ ମାଡ ମାରିଥିଲେ । ପରେ ତୁଳସୀଙ୍କୁ ଗୁରୁତର ଅବସ୍ଥାରେ ସଦର ଫାଣ୍ଡି ସାମ୍ନାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଖବର ପାଇ ତୁଳସୀ ବେହେରାଙ୍କ ଭାଇ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା  ଗୁରୁତର ଥିବା ଜଣାପଡିଛି । ଏନେଇ ତୁଳସୀଙ୍କ ସ୍ବାମୀ ଘାସିରାମ ବେହେରା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.