ଭୁବନେଶ୍ବର ୨୩|୨: ଭୁବନେଶ୍ବର ଜିଜିପି କଲୋନୀରେ ଜଣେ ମହିଳା ନିଜ ସାହସ ଓ ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରି ଜଣେ ଚେନ ଲୁଟେରାକୁ କାବୁ କରିଛନ୍ତି । ଆଜି ଦିନ ୧୧ଟା ବେଳେ ଜିଜିପି କଲୋନୀରେ ଘଟିଛି ଏହି ଘଟଣା । ମଳୟ ବିହାରର ଅଭିଜିତା ମହାପାତ୍ର ସାଙ୍ଗଘରେ ଖେଳୁଥିବା ପୁଅକୁ ଆଣିବାକୁ ଯାଉଥିଲେ । ଏହି ସମୟରେ ହିରୋହୁଣ୍ଡା ସିଡି ଡନ ଗାଡିରେ ଦୁଇଜଣ ଚେନ ଲୁଟେରା ତାଙ୍କ ପିଛା କରିବା ସହ ତାଙ୍କ ବେକରୁ ସୁନା ଚେନ ଟାଣିନେବାକୁ ଉଦ୍ୟମ କରିଥିଲେ ।
{"id":87870}ଏତିକିବେଳେ ଅଭିଜିତା ଗାଡି ପଛରେ ବସି ଚେନ ଟାଣୁଥିବା ଲୁଟେରାର ସାର୍ଟକୁ ଟାଣିଧରିଥିଲେ । ଫଳରେ ପଛରେ ବସିଥିବା ଲୁଟେରା ଗାଡି ତଳକୁ ଖସିପଡିଥିଲା । ଗାଡି ଚଳାଉଥିବା ତାର ସହଯୋଗୀ ଗାଡିଧରି ଫେରାର ହୋଇଯାଇଥିଲା ।
{"id":87871}ଏପଟେ ଅଭିଜିତା ନିଜର ସମସ୍ତ ଶକ୍ତି ଖଟାଇ ଲୁଟେରାକୁ ମାଡିବସିଥିଲେ । ଏଥି ସହ ସେ ବହୁତ ଜୋରରେ ପାଟି ମଧ୍ୟ କରିଥିଲେ । ସୁଜାତା ଓ ଲୁଟେରା ମଧ୍ୟରେ ୫ ମିନିଟ ଧରି ଧସ୍ତାଧସ୍ତି ହେଲାପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ କାବୁ କରିବା ସହ ମଞ୍ଚେଶ୍ବର ପୋଲିସକୁ ଖବର ଦେଇଥିଲେ ।
{"id":87872}ମଂଚେଶ୍ବର ପୋଲିସ ପହଂଚି ଲୁଟେରାକୁ ଥାନାକୁ ନେଇ ଅଟକ ରଖିଛି । ଲୁଟେରା ସହ ଧସ୍ତାଧସ୍ତିବେଳେ ସୁଜାତାଙ୍କ ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବାରୁ ତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ଫେରାର ହୋଇଯାଇଥିବା ଲୁଟେରାକୁ ପୋଲିସ ଖୋଜୁଛି ।