ସବ୍ ଇନ୍ସପେକ୍ଟରଙ୍କ ପାପ ନଜର, ମହିଳା ହୋମଗାର୍ଡଙ୍କ ସଙ୍ଗୀନ ଅଭିଯୋଗ ପରେ ଧରପଗଡ
2/05/2020 at 7:58 PM

ଆଲିଗଡ ୦୨।୦୫: ଗୋଟିଏ ପଟେ ଦେଶ କରୋନା ଭଇରସ୍ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହା ମଧ୍ୟରେ ଉତ୍ତର ପ୍ରଦେଶରେ ଆଲିଗଡରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ହୋମଗାର୍ଡ ସବ୍ ଇନ୍ସିପେକ୍ଟରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ ଯୌନ ଶୋଷଣ କରିବା ଉଦ୍ଦେଶ୍ୟ ରଖି ସବଇନ୍ସପେକ୍ଟର ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିଗତ ଦିନଗୁଡିକରେ ସବ୍ ଇନ୍ସିପେକ୍ଟର ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରି ଆସୁଛନ୍ତି। ବିରୋଧ କଲେ ଚାକିରିରୁ କାଢି ଦେବ ବୋଲି ଧମକ ଦେଉଛନ୍ତି। ଏଥିରେ ମର୍ମହତ ଏବଂ ନିଜକୁ ଅସୁରକ୍ଷିତ ମଣି ମହିଳା ହୋମଗାର୍ଡ ଦେହାତ ଏସପି ଅତୁଲ ଶର୍ମାଙ୍କଠାରେ ଅଭିଯୋଗ କରିଛନ୍ତି। ଏସପି ତଦନ୍ତର ଆଦେଶ ଦେଇଥିବା ମହିଳା କହିଛନ୍ତି।
ମହିଳା ହୋମଗାର୍ଡ ଅଭିଯୋଗ କରିଛନ୍ତି ଯେ, ସବ ଇନ୍ସପେକ୍ଟର ସୌଦାନ ସିଂହ ଯାଦବ ମୋତେ ଖରାପ ନଜରରେ ଦେଖନ୍ତି। ସେ ବିଗତ ଦିନରେ ମୋ ସହ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଟିପ୍ପଣୀ କରନ୍ତି। ସବ୍ ଇନ୍ସପେକ୍ଟର ମୋତେ ଘରକୁ ଡକାନ୍ତି। ଏହାର ବିରୋଧ କଲେ ଚାକିରିରୁ କାଢି ଦେବେ ବୋଲି ଧମକ ଦିଅନ୍ତି। ସେ ଧମକ ଦିଅନ୍ତି ଯେ, କଥା ନମାନିଲେ ଚାକିରିରୁ କାଢି ଦେବେ। ମୋ ସହିତ ଅଶ୍ଳୀଳ ଭାଷାରେ କଥା ହୁଅନ୍ତି। ଡ୍ୟୁଟି କରିବାକୁ ଦେବି ନାହିଁ ବୋଲି ଧମକ ଦିଅନ୍ତି।
ଏସପି ଅତୁଲ ଶର୍ମା କହିଛନ୍ତି ପୀଡିତ ମହିଳା ସବ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୂରା ମାମଲାର ତଦନ୍ତଭାର କ୍ଷେତ୍ର ଅଧିକାରୀ ଇଗଲାସଙ୍କୁ ଦିଆଯାଇଛି। ଯାଞ୍ଚ ରିପୋର୍ଟ ଆସିବା ପରେ ସବ ଇନ୍ସପେକ୍ଟରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କୁହାଯାଉଛି ଯେ, ସବ ଇନ୍ସପେକ୍ଟରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜଣେ ମହିଳା ଦୁର୍ବ୍ୟବହାରର ଆରୋପ ଲଗାଇଛନ୍ତି।