ମୋବାଇଲ୍‌ ଫୋନ୍‌ ଦେଖି ଦେଖି ପ୍ଲାଟଫର୍ମରୁ ଟ୍ରେନ ଆଗରେ ଟ୍ରାକ ଉପରକୁ ଖସି ପଡିଲେ ମହିଳା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | November 04, 2019 IST

ରିଅଲମାଡ୍ରିଡ୍‌ - ସ୍ପେନ୍‌ର ବ୍ୟସ୍ତ ବହୁଳ ମାଡ୍ରିଡ୍‌ ମେଟ୍ରୋ ଷ୍ଟେସନରେ ଜଣେ ମହିଳା ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ସେ ମୋବାଇଲ୍‌ ଦେକିବାରେ ଏତେ ବ୍ୟସ୍ତ ଥିଲେ ଯେ ପ୍ଲାଟଫର୍ମର ପିଣ୍ଡି ଶେଷ ହୋଇ ଗଲାଣି ବୋଲି ଜାଣି ପାରି ନଥିଲେ । ରେଳ ଧାରଣା ଉପରେ ଥିବା ଏକ ମେଟ୍ରୋ ଟ୍ରେନ ଆଗକୁ ଖସି ପଡିଥିଲା ।

wp:preformatted
/wp:preformatted

ସୌଭାଗ୍ୟ ବଶତଃ ଟ୍ରାକରେ ଆସୁଥିବା ଟ୍ରେନଟି ସେଠାରେ ଅଟକି ଯାଇଥିଲା । ଅନ୍ୟଯାତ୍ରୀ ଓ ମେଟ୍ରୋ କର୍ତ୍ତୃପକ୍ଷ ମହିଳାଙ୍କୁ ଧାରଣା ଉପରୁ ଉଦ୍ଧାର କରିଥିଲେ । ସେ ଅଳ୍ପମାତ୍ରେରେ ଆହତ ହୋଇଛନ୍ତି । ସିସିଟିଭିରେ କଏଦ୍‌ ହୋଇଥିବା ଏହି ଭିଡିଓକୁ ଷ୍ଟେସନ କର୍ତ୍ତୃପକ୍ଷ ସୋସିଆଲ୍‌ ମଡିଆରେ ଶେୟାର କରିବା ସହ ଅନ୍ୟ ଯାତ୍ରୀମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.