ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
30/03/2023 at 11:28 AM

ନାରାୟଣପାଟଣା ୩୦।୩: ଝୁଲନ୍ତା ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ସାନ କେଲାର ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ଦିଓ୍ବାନୀ ନାଏକ ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ସାନ କେଲାର ଗାଁରେ ଦିଓ୍ବାନୀ ଦୁଇ ବର୍ଷ ତଳେ ଅଜିତ ଖସଲାଙ୍କୁ ପ୍ରେମ ବିବାହ କରିଥିଲେ । ଝୁଲନ୍ତା ଅବସ୍ଥାରେ ଦିଓ୍ବାନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦିଓ୍ବାନୀଙ୍କ ବାପଘର ଲୋକ ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ କାକିରିଗୁମ୍ମା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି ।