ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କିଛି ଦିନ ତଳେ ପ୍ରେମିକ ସହ ଥିଲେ ଫେରାର

Published By : Prameya-News7 Bureau | August 13, 2022 IST

ଢେଙ୍କାନାଳ ୧୩।୮: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଫ୍ୟାନରେ ପିନ୍ଧା ଲୁଗା ଲଗାଇ ଝୁଲିପଡିଛନ୍ତି ମହିଳା । ଢେଙ୍କାନାଳ ସହରର କାଠଗଡା ନୂଆ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତା ମହିଳା ଜଣଙ୍କ କାଠଗଡା ନୂଆସାହିର ରବି ସାହୁଙ୍କ ପତ୍ନୀ ଗୌରୀ ସାହୁ ବୋଲି ଜଣାପଡିଛି । ଟାଉନ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ବାମୀ ଦୋକାନକୁ ଯାଇଥିବା ବେଳେ ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ମହିଳା ଜଣଙ୍କ କିଛି ଦିନ ପୂର୍ବେ ପ୍ରେମିକ ସହ ଫେରାର ଥିଲେ । ସ୍ବାମୀ ଓ ବାପଘର ଲୋକ ବୁଝାସୁଝା କରି ତାଙ୍କୁ ଫେରାଇ ଆଣିଥିଲେ ବୋଲି ଜଣାପଡିଛି । ଫଳରେ ଲୋକଲଜ୍ଜା ହେଉ କିମ୍ବା ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ମୃତ୍ୟୁ ପଛରେ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.