ଗଛରେ ଝୁଲୁଛି ବିଧବା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

Published By : Prameya-News7 Bureau | August 25, 2020 IST

ଭୁବନ ୨୫।୮: କମଳା ଗଛରେ ଝୁଲୁଛି ବିଧବା ମହିଳାଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଓଡିଶ ପଞ୍ଚାୟତ ଦେହୁରୀ ସାହିରେ ପରକୀୟା ପ୍ରୀତିକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ହେଲା ବିଧବା ହୋଇଥିବା  ଭାମା ନାୟକ (୪୭) ଓଡିଶ ନୋବେଲ ଉପ୍ରା ବିଦ୍ୟାଳୟରେ ରୋଷେୟା ଭାବେ  କାମ କରି ପେଟ ପୋଷୁଥିଲେ । ଗରିବ ଆଦିବାସୀ ଶ୍ରେଣୀର ମହିଳା  ଘରେ ଏକୁଟିଆ ରହୁଥିଲା । ଗାଁର ଚକ୍ର ସାଙ୍ଗିଆଧାରୀ ନାମକ ଜଣେ ଯୁବକ ତାଙ୍କୁ ବିଭିନ୍ନ କାମରେ ସହଯୋଗ କରୁଥିଲେ । ଏ ନେଇ  ଭାମାଙ୍କ ଦେଢଶୁର ସାଙ୍ଗରେ ଅନେକ ଥର ଝଗଡା ମଧ୍ୟ ହୋଇଥିଲା । ଘରକୁ ଚକ୍ର ନଆସିବାକୁ ଦେଢଶୁର ବାରଣ କରୁଥିଲେ ।

ତେବେ ମଙ୍ଗଳବାର ସକାଳୁ ଭାମାଙ୍କ ମୃତଦେହ ଏକ କମଳା ଗଛରେ ଝୁଲୁଥିବାର ଦେଖାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟା କାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ଅପରପକ୍ଷରେ ଲକଡାଉନ ଯୋଗୁଁ ବିଦ୍ୟାଳୟ ବନ୍ଦ । ରୋଷେଇ ମଧ୍ୟ ବନ୍ଦ । ଟଙ୍କା ପଇସା ଅଭାବକୁ ନେଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରୁଛନ୍ତି। ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.