ନୟାଗଡ ମେଡିକାଲରେ ଚିକିତ୍ସିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁରୁ ନେଇ ସନ୍ଦେହ

Published By : Prameya-News7 Bureau | March 01, 2024 IST

ନୟାଗଡ ୧।୩: ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଟାଉନ୍ ଥାନା ସିନ୍ଦୁରିଆ ନିକଟ ଏକ ଗଛରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ।

ସୂଚନାଯୋଗ୍ୟ ଯେ, ଦୁର୍ଗାପ୍ରସାଦ ଗାଁର ମଦନ ଜେନାଙ୍କ ଝିଅ ୧୦ବର୍ଷ ତଳେ ଓଡଗାଁ ଥାନା ଗୁଣ୍ଠାସାହିର ଧନେଶ୍ଵର ମାଝିଙ୍କ ପୁଅ ସୁକାନ୍ତଙ୍କୁ ବିବାହ କରିଥିଲେ । ତାଙ୍କର ୭ ବର୍ଷର ପୁଅ ଏବଂ ୩ ବର୍ଷର ଝିଅ ଅଛନ୍ତି । ଗତ ୪ ଦିନ ତଳେ ମହିଳାଙ୍କ ଦେହ ଖରାପ ହେବାରୁ ସୁକାନ୍ତ ତାଙ୍କୁ ନୟାଗଡ ମେଡିକାଲକୁ ଆଣି ଆଡମିଶନ କରାଇଥିଲେ । ଗୁରୁବାର ରାତି ପ୍ରାୟ ସାଢେ ୮ଟା ସମୟରେ ମହିଳା ଜଣଙ୍କ ମେଡିକାଲ ବେଡ୍ରୁ କେଉଁଆଡ଼େ ପଳାଇଯାଇଥିଲେ । ଶୁକ୍ରବାର ସକାଳୁ ମେଡିକାଲ୍ ଠାରୁ ପ୍ରାୟ ୧କି.ମି. ଦୂର ସିନ୍ଦୁରିଆ ଗାଁ ନିକଟ ବିଲ ମଧ୍ୟରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ତେବେ ରାତିରେ ବିଲ ମଧ୍ୟରେ ଥିବା ନିଛାଟିଆ ସ୍ଥାନକୁ ମହିଳା ଜଣକ କିଭଳି ଗଲେ ଏବଂ ଶାଢୀ ପିନ୍ଧି ଗଛରେ କିଭଳି ଚଢିଲେ ତାକୁ ନେଇ ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି । ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ମେଡିକାଲରେ ଚିକିତ୍ସାଧିନ ଜଣେ ରୋଗୀ କିଭଳି ମେଡିକାଲରୁ ଗଲେ ଏବଂ କର୍ତ୍ତୃପକ୍ଷ ଓ ମହିଳାଙ୍କ ସ୍ବାମୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ପୁଅ-ବୋହୂଙ୍କ ମଧ୍ୟରେ କୌଣସି ଝଗଡା ନଥିଲା ବୋହୂ କାହିଁକି ଆତ୍ମହତ୍ୟା କଲା ତାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ପରିବାର ଲୋକେ ।

You Can Read :

wp:embed {"url":"https://www.prameyanews7.com/passenger-flight-service-to-start-from-5th-march-in-malkangiri-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/passenger-flight-service-to-start-from-5th-march-in-malkangiri-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.