୧୬ ମାସରେ ମହିଳାଙ୍କୁ ଆସିଲା ୫ଥର ହାର୍ଟ ଆଟାକ୍‌, ଡାକ୍ତର ବି ଆଶ୍ଚର୍ଯ୍ୟ

Published By : Prameya-News7 Bureau | December 08, 2023 IST

ମୁମ୍ଵାଇ ୦୮।୧୨: ବର୍ତ୍ତମାନ ହାର୍ଟ ଆଟାକ୍‌ ସବୁ ବର୍ଗର ଯୁବପିଢିଙ୍କ ଠାରେ ଦେଖିବାକୁ ମିଳୁଛି । ହୃଦଘାତ ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଅନେକ ଘଟଣା ଶୁଣିଥିବେ। କିନ୍ତୁ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହା ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କୁ ଗତ ୧୬ ମାସରେ ପାଞ୍ଚ ଥର ହୃଦଘାତରେ ପୀଡିତ ହୋଇଛନ୍ତି। ଏବେ ମହିଳାଙ୍କ ମଧ୍ୟରେ ପାଞ୍ଚଟି ଷ୍ଟେଣ୍ଟ ଲଗାଯାଇଛି। ସେ ୬ ଟି ଆଞ୍ଜିଓପ୍ଲାଷ୍ଟି ଏବଂ ଗୋଟିଏ କାର୍ଡିଆକ୍ ବାଇପାସ୍ ସର୍ଜରୀ କରିଛନ୍ତି।

କୁହାଯାଉଛି କି ମହିଳାଙ୍କୁ ୧ ଏବଂ ୨  ଡିସେମ୍ବରରେ କ୍ୟାଥ ଲ୍ୟାବକୁ ନିଆଯାଇଥିଲା। ସେ ଜାଣିବାକୁ ଚାହିଁଥିଲେ କି ତାଙ୍କର କେଉଁ ପ୍ରକାର ରୋଗ ଅଛି। ଯାହା ତାଙ୍କୁ ବାରମ୍ବାର ଏହି ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି। ତିନି ମାସ ପରେ ପୁଣି ଥରେ ନୂଆ ବ୍ଲକେଜ୍‌ ନ ହେଉ ବୋଲି ମହିଳା ଜଣଙ୍କ ଭୟଭୀତ ଅଛନ୍ତି। ମହିଳା ଜଣକ ପ୍ରଥମେ ସେପ୍ଟେମ୍ବର ୨୦୨୨ ରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ହୃଦଘାତରେ ପୀଡିତ ହୋଇଥିଲେ। ଏହା ପରେ ରେଳ ଅଧିକାରୀମାନେ ତାଙ୍କୁ ତୁରନ୍ତ ଅହମ୍ମଦାବାଦର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳା ଜଣକ କହିଛନ୍ତି ଯେ ତାଙ୍କର ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ମେଦବହୁଳତା ଭଳି ସମସ୍ୟା ମଧ୍ୟ ରହିଛି। ସେ କହିଛନ୍ତି, ସେପ୍ଟେମ୍ବର ୨୦୨୨ରେ ତାଙ୍କର ଓଜନ ୧୦୭ କିଲୋଗ୍ରାମ ଥିଲା। ବର୍ତ୍ତମାନ ତାଙ୍କର ଓଜନ ୩୦ କିଲୋଗ୍ରାମରୁ ଅଧିକ ହ୍ରାସ ପାଇଛି।

କିଛି ମାସର ବ୍ୟବଧାନ ପରେ ଛାତିରେ ପ୍ରବଳ ଯନ୍ତ୍ରଣା, ଭଲ ନଲାଗିବା ଏବଂ ଅସ୍ଥିରତା ଭଳି ଲକ୍ଷଣ ଦେଖାଯାଇଥିଲା। ସେ କହିଛନ୍ତି, ଫେବୃଆରୀ, ମେ, ଜୁଲାଇ ଏବଂ ନଭେମ୍ବରରେ ମୋର ହୃଦଘାତ ହୋଇଥିଲା। ଏହି ପ୍ରସଙ୍ଗରେ ଡାକ୍ତର କହିଛନ୍ତି ଯେ ରୋଗୀମାନଙ୍କ ମଧ୍ୟ ସମାନ ସ୍ଥାନରେ ବାରମ୍ବାର ବ୍ଲକେଜ୍‌ ହେବା ନୂଆ କଥା ନୁହେଁ, କିନ୍ତୁ ଏହି ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକେଜ୍‌ ସୃଷ୍ଟି ହେଉଛି।

wp:embed {"url":"https://www.prameyanews7.com/government-directs-sugar-mills-to-not-use-sugarcane-juice-for-ethanol-production/","type":"wp-embed","providerNameSlug":"prameya-news-7"}
https://www.prameyanews7.com/government-directs-sugar-mills-to-not-use-sugarcane-juice-for-ethanol-production/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.