WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବସ୍‌ରୁ ଭୁବନେଶ୍ଵରରେ ଓହ୍ଲାଇବା ପରେ ମହିଳା ନିଖୋଜ, ମିଳୁନି କିଛି ସନ୍ଧାନ, ପୁଅ ଲୋଡ଼ିଲେ ସହାୟତା

21/09/2023 at 5:30 PM

Nirmala Sahu

ଦାରିଙ୍ଗିବାଡ଼ି: କନ୍ଧମାଳ ଜିଲ୍ଲା ବୁଡାଗୁଡା‌ ଅଞ୍ଚଳର ବାସିନ୍ଦା ବେଣୁଧର ସାହୁଙ୍କ ପତ୍ନୀ ନିର୍ମଳା ସାହୁ(୫୫ ବର୍ଷ) ନିଖୋଜ ହୋଇଥିବା ଜଣା ପଡ଼ିଛି। ଗତ ସୋମବାର ସନ୍ଧ୍ୟାରେ ସେ ବୁଡ଼ାଗୁଡା ଠାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓମ୍ ଚକାଡୋଳା ବସରେ ବସିଥିଲେ। ତେବେ ସେ ଭୁବନେଶ୍ଵରରେ ପହଞ୍ଚି କେଉଁଠି ଓହ୍ଲାଇଲେ ଏବଂ କୁଆଡ଼େ ଗଲେ କିଛି ସନ୍ଧାନ ମିଳୁନି। ନିଖୋଜ ମହିଳା ହେଉଛନ୍ତି ନ୍ୟୁଜ୍ ୭ର ଦାରିଙ୍ଗବାଡି ପ୍ରତିନିଧି ସୁଶାନ୍ତ ସାହୁଙ୍କ ମାଆ।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ବୁଡ଼ାଗୁଡାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଓମ୍ ଚକାଡୋଳା ବସରେ ଚଢିଥିଲେ। ମଙ୍ଗଳବାର ଅର୍ଥାତ ସେପ୍ଟେମ୍ବର ୧୯ ତାରିଖରେ ଭୋର ୪ଟା ସମୟରେ ସେ ବରମୁଣ୍ଡା ବସଷ୍ଟାଣ୍ଡରେ ଓହ୍ଲାଇଥିବାର ଜଣେ କଣ୍ଡକ୍ଟର କହୁଥିବାବେଳେ ଆଉ ଜଣେ କଣ୍ଡକ୍ଟର କହୁଛନ୍ତି, ସେ ଜୟଦେବ ବିହାର କିମ୍ବା ବାଣୀବିହାର ଛକରେ ଓହ୍ଲାଇଛନ୍ତି। ଏହାପରେ ସେ କୁଆଡ଼େ ଯାଇଛନ୍ତି କିଛି ଜଣାପଡ଼ୁନି। ଘରୁ ଆସିଲା ବେଳେ ତାଙ୍କ ପାଖରେ ୫ ଶହ ଟଙ୍କା ଥିଲା। ସେଥିରୁ ସେ ୪୦୦ ଟଙ୍କା ବସ୍ ଭଡା ବାବଦରେ ଦେଇଛନ୍ତି। ଘରୁ ସେ ମୋବାଇଲ ମଧ୍ୟ ଆଣିନାହାନ୍ତି। କେହି ତାଙ୍କର ସନ୍ଧାନ ପାଇଲେ ତାଙ୍କର ପୁତ୍ର ତଥା ନ୍ୟୁଜ୍ ୭ର ଦାରିଙ୍ଗବାଡି ପ୍ରତିନିଧି ସୁଶାନ୍ତ ସାହୁଙ୍କୁ ଜଣାଇବାକୁ ଅନୁରୋଧ। ଯୋଗାଯୋଗ-9437858320,7008684723

   Related Posts