ଯାଉନି ଅନ୍ଧବିଶ୍ବାସ, ଜ୍ବର ଭଲ କରିବାକୁ ୮ମାସର ଶିଶୁକୁ ଚେଙ୍କ ଦେଲା ଜେଜେମା

Published By : Prameya-News7 Bureau | February 06, 2020 IST

ନବରଙ୍ଗପୁର ୬।୨: ପୁଣି ଚେଙ୍କ ଚିକିତ୍ସା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ବଡ଼ଗାଁଠାରେ ୮ ମାସର ଶିଶୁକୁ ଚେଙ୍କ ଦିଆଯାଇଛି । ପିଲାଟିର ଅବସ୍ଥା ଗୁରୁତର ହେବା ପରେ ତାକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀରାମ ରାଠୋରଙ୍କ ୮ ମାସର ଶିଶୁ ପୁତ୍ରକୁ ଜ୍ବର ହେବାରୁ ନିକଟସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ତାଙ୍କ ଜ୍ବର ଭଲ ନହେବା ଯୋଗୁଁ ଶିଶୁକୁ ତାଙ୍କ ଜେଜେମା କଚିଲାବାଇ ଗଣ୍ଡ ପେଟରେ ତିନି ସ୍ଥାନରେ ଚେଙ୍କ ଦେଇଥିଲେ ।

ତେବେ ଶିଶୁଟି ଗୁରୁତର ହେବାରୁ ତାକୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ଶିଶୁକୁ ନିମୋନିଆ ହୋଇଥିବା ଡାକ୍ତର କହିଥିବା ବେଳେ ତାର ଚିକିତ୍ସା ଏବେ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.