Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୧୦ କୋଟି ଟଙ୍କା ଠକି ଦୁବାଇ ଫେରାର ହୋଇଯାଇଥିଲେ ମହିଳା, ବିମାନବନ୍ଦରରୁ ଧରିଲା ସିବିଆଇ

22/08/2021 at 10:56 PM

ନୂଆଦିଲ୍ଲୀ,୨୨/୦୮:    କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଦିଲ୍ଲୀ ବିମାନବନ୍ଦରରୁ ବ୍ୟାଙ୍କ ଠକେଇ ମାମଲାରେ  ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଆରତି କଲାରା ଦୁବାଇରୁ ଫେରିବା ବେଳେ ବେଳେ ଧରା ପଡିଛନ୍ତି । ଆରତି ଓ ତାଙ୍କ ପତିଙ୍କ ବିରୋଧରେ ୨୦୧୫ରେ ଠକେଇ ଅଭିଯୋଗ ଆସିଥିଲା । ମହିଳାଜଣଙ୍କ ୨୦୧୩ରେ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଥିବା ବେଳେ ୧୦ କୋଟି ଟଙ୍କା ଚଞ୍ଚକତା କରି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ହଡପ କରିନେଇଥିଲେ ।

୧୦ କୋଟି ଟଙ୍କା ହଡପ କରିବା ପରେ ଆରତି ଓ ତାଙ୍କ ପତି ସନି ଲୋନ୍ ଭରିବା ବନ୍ଦ କରିଦେଇଥିଲେ । ଏହାସହ ବ୍ୟାଙ୍କରେ ବନ୍ଧାରଖିଥିବା ସାମଗ୍ରୀକୁ ମଧ୍ୟ କାଢି ନେଇଥିଲେ । ତେବେ ବ୍ୟାଙ୍କ ପକ୍ଷରୁ ମାମଲା ହେବା ପରେ ଉଭୟ ପତି-ପତ୍ନୀ ଫେରାର ହୋଇଯାଇଥିଲେ ।

ଏହି ମାମଲାରେ ଡିସେମ୍ବର ୨୦୧୬ରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଏଥିରେ ଆରତି ଓ ସନିଙ୍କ ସମେତ ୩ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଉଭୟଙ୍କର ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଥିଲା । ପ୍ରଥମେ ୨୦୨୦ରେ  ପତି ସନିଙ୍କୁ ଓମାନରୁ ଗିରଫ କରାଯାଇଥିଲେ ମଧ୍ୟ ଆରତି ଫେରାର ଥିଲେ ।

ତେବେ କୌଣସି ସୂତ୍ରରୁ ଖବର ପାଇଁ ସିବିଆଇ ଟିମ୍ ଗୁରୁବାର ଦିଲ୍ଲୀ ବିମାନବନ୍ଦରରୁ ଆରତିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଆରତି ୨୦ ତାରିଖରେ ଭାରତ ଫେରିଥିଲେ । ସେ ଗିରଫ ହେବା ଭୟରେ ଦୁବାଇ ଫେରାର ହୋଇଯାଇଥିଲେ ।

   Related Posts