ଘରୁ ଉଠାଇନେଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ : ନା ମାନେ ନା

Published By : Prameya-News7 Bureau | May 14, 2018 IST

ଘରୁ ଉଠାଇ ନେଇ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାଉରକେଲା ସେକ୍ଟର-୭ ଥାନା ମୁଣ୍ଡାରି ବସ୍ତିର ଘଟଣା । ଗତକାଲି ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ମହିଳାଙ୍କୁ ବଳପୂର୍ବକ ଘରୁ ଉଠାଇ ନେଇଥିଲେ । ଜଣ ପରେ ଜଣେ ଦୁଷ୍କର୍ମ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଲିଖିତ ଅଭିଯୋଗ ପରେ ସେକ୍ଟର-୭ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଚଳାଇଛି । ପୀଡିତାଙ୍କ ଡାକ୍ତରୀମାଇନା କରାଯିବା ସହ ସରକାରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ପୋଲିସ ଜଣେ ନାବାଳକ ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୀଡିତାଙ୍କ ସ୍ବାମୀ ଏକ ଫାଷ୍ଟ ଫୁଡ ଦୋକାନରେ କାମ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.