ପୂର୍ବତନ ସ୍ୱାମୀ ଓ ତାର ୨ସାଥି ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତିକରିଦେଲେ : ଯନ୍ତ୍ରଣାରେ ଛଟପଟ ହୋଇ ମରିଗଲେ ମହିଳା

Published By : Prameya-News7 Bureau | November 09, 2018 IST

ଜାମତାଗଡ଼ ୯/୧୧ : ଝାରଖଣ୍ଡର ଜାମତାଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ଦୁଇଜଣ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଦେଇଛନ୍ତି | ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି | ଜାମତାଗଡ଼ରେ ଏସଡ଼ିପିଓ ବିପିନ ସିଂ କହିଛନ୍ତି ଯେ, ଏହି ଘଟଣା ଘଟିଛି ନାରାୟଣପୁର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ | ସୂଚନା ପାଇବା ପରେ ପୋଲିସ ମୃତ ମହିଳାଙ୍କ ପୂର୍ବତନ ସ୍ୱାମୀ ତଥା ଅଭିଯୁକ୍ତ ଉଦୟକୁ ଗିରଫ କରିବା ସହ ତାର ଦୁଇ ସାଥିଙ୍କୁ ଖୋଜୁଛି | ସୂଚନା ଅନୁସାରେ କାଳୀପୂଜା ଅବସରରେ ମୃତ ମହିଳା ପଵିଆଠାରେ ଅନୁଷ୍ଠିତ ହେଉଥିବା ସାନ୍ତାଳୀ ଯାତ୍ରା ଦେଖିବାକୁ ଯାଇଥିଲେ | ସେଠାକୁ ମହିଳାଙ୍କ ପୂର୍ବତନ ସ୍ୱାମୀ ମଧ୍ୟ ଆସିଥିଲେ | ସେଠାରୁ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଉଦୟ ତାର ଦୁଇ ସାଙ୍ଗଙ୍କ ସହ ମିଶି ନିକଟସ୍ଥ ଏକ ବିଲକୁ ନେଇଯାଇଥିଲେ | ବିଲ ମଝିରେ ପୂର୍ବତନ ସ୍ୱାମୀ ଓ ତାର ଦୁଇ ବନ୍ଧୁ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ | ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଏକ ବାଡ଼ି ଭର୍ତ୍ତି କରି ରଖିଥିଲେ | ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ରାକ୍ଷସମାନେ ତାଙ୍କୁ ଛାଡ଼ିନଥିଲେ | ଯନ୍ତ୍ରଣା ସହିନପାରି ମହିଳା ବେହୋସ ହେବାପରେ ସେଠାରେ ତାଙ୍କୁ ଛାଡ଼ିଦେଇ ୩ଜଣ ଅଭିଯୁକ୍ତ ପଳାଇଥିଲେ | ପରଦିନ ସକାଳୁ ବିଲକୁ କାମ କରିବାକୁ ଯାଇଥିବା ଲୋକମାନେ ମହିଳାଙ୍କ ଶବ ଦେଖି ପୋଲିସକୁ ଖବର ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.