ହରିୟାଣା ୧୯/୧୦: ସନ୍ଦୀଗ୍ଦ ସୁଟକେଶରୁ ମିଳିଲା ଯୁବତୀଙ୍କ ମୃତଦେହ । ହରିୟାଣାର ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ । ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକରେ ଗତ ସୋମବାର ନଜର ଆସିଥିଲା ଏମିତି ଅଭାବନୀୟ ଘଟଣା । ଅଜଣା ସୁଟକେସରୁ ଉଦ୍ଧାର ହୋଇଥିଲା ଯୁବତୀଙ୍କ ମୃତଦେହ । ଯାହାପରେ ଘଟଣାକୁ ନେଇ ସ୍ଥାୟୀୟ ଅଞ୍ଚଳରେ ହଇଚଇ ହୋଇଥିଲା ।
ଏବେ ମାମଲା ସାମ୍ନାକୁ ଆସିବା ପରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ଘଟଣା କେତେ ନିର୍ମମ ତାହା ଜଣାପଡ଼ୁଛି । ମୃତ ଯୁବତୀଙ୍କ ଦେହରେ ଟାଟୁ କରି ଦିଆଯାଇଥିଲା ନିର୍ଯାତନା । ମହିଳାଙ୍କୁ ଦୁଷ୍କର୍ମ ଏବଂ ଶରୀରରେ ଜ୍ୱଳନର ଦାଗ ମିଳିଛି । ଏହା ସହ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କଥା ସାମ୍ନାକୁ ଆସିଛି ।
ପୋଲିସ ମଙ୍ଗଳବାର କହିଛି ଯେ ଯେଉଁ ମହିଳାଙ୍କ ମୃତଦେହ ସୁଟକେସରୁ ମିଳିଥିଲା, ତାଙ୍କର ହତ୍ୟା ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଏହା ସହ ତାଙ୍କର ପୋଷ୍ଟମର୍ଟମ କରୁଥିବା ମେଡିକାଲ୍ ବୋର୍ଡର ଜଣେ ଡାକ୍ତର କହିଛନ୍ତି ଯେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ମହିଳାଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ମିଳିଥିବା କହିଛନ୍ତି ଡାକ୍ତର । ଅଧିକାରୀମାନେ କହିଛନ୍ତି ଯେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, ଏହା ସହ କିଛି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ସୋମବାର ଇଫକୋ ଛକ ନିକଟରେ ଏକ ବୁଦା ନିକଟରୁ ଏକ ସୁଟକେଶରେ ମହିଳାଙ୍କ ମୃତଦେହ ମିଳିଥିଲା । ମୃତକଙ୍କ ବୟସ ୨୫ ବର୍ଷ ବୋଲି କୁହାଯାଉଛି । ଏବେ ଏହି ମାମଲାରେ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଡିସିପି।