ଫିଲ୍ମ ନୁହେଁ ରିୟଲ ଲାଇଫ୍: ସାତ ବର୍ଷ ପରେ ମୃତ ଯୁବତୀଙ୍କୁ ଖୋଜି ବାହାର କଲେ ହତ୍ୟା ଅଭିଯୁକ୍ତଙ୍କ ମା’!

Published By : Prameya-News7 Bureau | December 07, 2022 IST

ଲକ୍ଷ୍ନୌ, ୭/୧୨: କ୍ରାଇମ ଥ୍ରୀଲର ଫିଲ୍ମ ଦେଖିବାକୁ ବେଶ୍ ରୋମାଞ୍ଚକର ହୋଇପାରେ। କିନ୍ତୁ ଏବେ ସତ ଜୀବନରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହା ଆପଣଙ୍କୁ ଚକିତ କରିପା​‌ରେ। ପ୍ରକୃତରେ ୭ ବର୍ଷ ପୂର୍ବେ ମୃତ ବୋଲି କୁହାଯାଇଥିବା ଜଣେ ଯୁବତୀ ଜୀବିତ ଥିବା ଜଣାପଡ଼ିଛି। ଆଉ ତାଙ୍କୁ ଖୋଜି ବାହାର କରିଛନ୍ତି ଅଭିଯୁକ୍ତଙ୍କ ମା’। ଅଭିଯୋଗ ହୋଇଥିଲା ଯେ ୭ ବର୍ଷ ତଳେ ଏହି ଯୁବତୀଙ୍କୁ ଅପହରଣ କରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ।

ସୂଚନା ଅନୁଯାୟୀ, ୨୦୧୫ ରେ ଗୋଣ୍ଡା ପୋଲିସ୍ ଥାନାରେ ଜଣେ ୧୫ ବର୍ଷୀୟ ଯୁବତୀ ନିଖୋଜ ହୋଇଯାଇଥିବା ଯୁବତୀଙ୍କ ବାପା ଏକ ଅଭିଯୋଗ ଲେଖାଇଥିଲେ । ଅପହରଣ ଏବଂ ବିବାହ ପ୍ରଲୋଭନ ଦେଖାଇବା ଅଭିଯୋଗରେ ଧାରା ୩୬୩ ଏବଂ ୩୬୬ ଆଇପିସି ଧାରା ଅନୁଯାୟୀ ରୁଜୁ ହୋଇଥିଲା ବୋଲି କହିଛନ୍ତି ସର୍କଲ ଅଫିସର ରାଘବେନ୍ଦ୍ର ସିଂହ। ଏହାର କିଛିଦିନ ପରେ ଯୁବତୀଙ୍କ ବାପା ଥାନାକୁ ଆସି ଆଗ୍ରାରେ ଜଣେ ହତ୍ୟା ପୀଡ଼ିତଙ୍କୁ ନିଜ ଝିଅ ବୋଲି କହିଥିଲେ। ଏହା ପରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା ଏବଂ ଏହି ଅଭିଯୋଗ ଆଧାରରେ ଜଣେ ସ୍ଥାନୀୟ ଯୁବକ ବିଷ୍ଣୁଙ୍କୁ ଜେଲ୍ ପଠାଯାଇଥିଲା।

ତେବେ ପୋଲିସ୍‌ ତଦନ୍ତରେ ସନ୍ତୁଷ୍ଟ ନଥିବା ବିଷ୍ଣୁଙ୍କ ମା’ ନିଜେ ସନ୍ଧାନ ଆରମ୍ଭ କରିଥିଲେ ଏବଂ ସାତ ବର୍ଷ ପରେ ସେ ଉକ୍ତ ଯୁବତୀଙ୍କୁ ହାଥରସ୍‌ରୁ ଖୋଜି ବାହାର କରିଥିଲେ। ଯେଉଁଠାରେ ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଅଭିଯୁକ୍ତ ମହିଳା କହିଛନ୍ତି ଯେ ମୁଁ ଜାଣିଥିଲି ମୋ ପୁଅକୁ ଫସାଯାଇଛି ସେଥିପାଇଁ ମୁଁ ନିଜେ ତାହାର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ନିଷ୍ପତ୍ତି ନେଇଥିଲି।

ପୋଲିସକୁ ଖବର ଦେବାପରେ ପୋଲିସ ସଙ୍ଗେ ସଙ୍ଗେ ଉକ୍ତ ମହିଳାକୁ ନିଜ ହେପାଜତକୁ ନେଇଥିଲା। ପୋଲିସ ଡିଏନଏ ପ୍ରୋଫାଇଲିଂ ଆରମ୍ଭ କରି ପରିଚୟ ଜାଣିବା ପାଇଁ ଚେଷ୍ଟା କରୁଛି । ସୋମବାର ଯୁବତୀଙ୍କୁ ଆଲିଗଢ଼ କୋର୍ଟରେ ହାଜର କରାଯାଇଥିଲା ଏବଂ ସେକ୍ସନ ୧୬୪ ଅନୁଯାୟୀ ତାଙ୍କର ବୟାନ ରେକର୍ଡ କରାଯାଇଛି। ଏହି ମାମଲାରେ ଡିଏନଏ ପ୍ରୋଫାଇଲିଂ କରାଯାଉଛି ଡିଏନଏମ ସାମ୍ପୁଲ ମ୍ୟାଚ୍ ହେଲେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କହିଛନ୍ତି ସର୍କଲ ଅଫିସର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.