ସ୍ୱାମୀଙ୍କୁ ବଞ୍ଚାଇବାକୁ ଭାଲୁ ସହ ଭିଡ଼ିଗଲେ ମହିଳା, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | September 13, 2021 IST

କୋରବା ୧୩/୦୯ : ଛତିଶଗଡ଼ କୋରବା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜଣକ ମାମଲା ସାମ୍ନାକୁ ଆସିଛି। ନିଜ ସ୍ୱାମୀଙ୍କୁ ରକ୍ଷା କରିବାକୁ ଯାଇ ଜଣେ ମହିଳା ଭାଲୁ ସହ ଭିଡ଼ିଗଲେ। ଘଟଣା ଛତିଶଗଡ଼ କୋରବା ଜଙ୍ଗଲ ଅଞ୍ଚଳର ଅଲଗିଡୋଙ୍ଗରି ଗାଁର। ମହିଳା ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ। ସ୍ୱାମୀ ବଞ୍ଚାଇବାକୁ ଭଳି ସହ ସଂଘର୍ଷ କରିଥିବା ମହିଳା ଜଣକ ହେଲେ ଇଟୱାରି ବାଇ।

ରବିବାର ଦିନ ମହିଳାଙ୍କ ଛେଳି ଜଙ୍ଗଲକୁ ଚରିବାକୁ ଯାଇଥିଲେ। କିନ୍ତୁ ସେମାନେ ଫେରିନଥିଲେ। ସେ ନିଜ ସ୍ୱାମୀଙ୍କ ସହ ଛେଳିଙ୍କୁ ଖୋଜିବାକୁ ବାହାରି ପଡିଲେ। ଠିକ ଏତିକିବେଳେ ଦୁଇଟି ଭାଲୁ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ। ସ୍ୱାମୀ ଜୀବନ ବିପଦରେ ଥିବ ଦେଖି ଭାଲୁଙ୍କ ସହ ଭିଡ଼ିବାକୁ ସେ ପ୍ରସ୍ତୁତ ହୋଇଗଲେ। ଭାଲୁଙ୍କ ସଂଘର୍ଷ ବେଳେ ସେ ଗୁରୁତର ଆହତ ହୋଇଥିଲେ।

ମହିଳାଙ୍କ ସ୍ଥିତି ଦେଖି ୧୦୮ ସଞ୍ଜିବନୀକୁ ଫୋନ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଟୱାରି ବାଇଙ୍କ ଝିଅ କହିଛନ୍ତି ଯେ ତାଙ୍କୁ ବନବିଭାଗ ତରଫରୁ କୌଣସି ଆର୍ଥିକ ସହାୟତା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.