'ମୁଁ ମହାକାଶରେ ଫସିଛି, ଫେରିବା ପାଇଁ ଦରକାର ୨୫ଲକ୍ଷ ', ସ୍ପେସ୍ ଷ୍ଟେସନରୁ ଆସିଲା ଫଲ୍ସ କଲ୍ !

Published By : Prameya-News7 Bureau | October 13, 2022 IST

ନୂଆଦିଲ୍ଲୀ ୧୩/୧୦: ଆଜିର ଦୁନିଆରେ, କେତେବେଳେ କଣ ଘଟିବ ତାହା କିଏ ବା କହିବ । କେତେବେଳେ କିଛି ବି ଘଟିପାରେ । ଅନେକ ଥର ଏମିତି ଘଟେ ଯେ କିଛି ଲୋକମାନେ ମିଠା ମିଠା କଥା କହି ବନାଇ ଦିଅନ୍ତି ବୋକା । ଦରକାର ପଡିଲେ ଲକ୍ଷ ଲକ୍ଷ ଟଙ୍କା ଠକାମୀର ବି ଶିକାର ହୁଅନ୍ତି । କିଛି ଏମିତି ଘଟିଛି ଜଣେ ଜାପାନୀ ମହିଳାଙ୍କ ସହ । ତାଙ୍କ ସହ ଯାହା ଘଟିଛି ନାଁ ଆପଣ କେବେ ଶୁଣିଥିବେ ନାଁ ଦେଖିଥିବେ ।

କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । ଆପଣଙ୍କୁ ଶୁଣିଲେ ହୁଏତ ଲାଗିପାରେ ଝଟକା । କିନ୍ତୁ ଜଣେ ମହିଳାଙ୍କୁ ମହାକାଶଚାରୀର ପରିଚୟ ଦେଇ ତାଙ୍କ ସହ କରିଛନ୍ତି ପ୍ରତାରଣା । ଇନଷ୍ଟାଗ୍ରାମରେ ଭେଟ ହୋଇଥିବା ଜଣେ ୬୫ ବର୍ଷୀୟା ମହିଳାଙ୍କୁ ପ୍ରେମ ଜାଲରେ ଫସାଇବା ପାଇଁ ଅଭିଯୁକ୍ତ ଜଣଙ୍କ ଏମିତି କିଛି କହିଥିଲା ଯେ, ସେ ମିଛକୁ ବି ଭାବିନେଇଥିଲେ ସତ । ଜାପାନର ଗଣମାଧ୍ୟମ ମହିଳାଙ୍କ ଏହି କାହାଣୀକୁ ସାରା ଦୁନିଆ ସାମ୍ନାରେ ରଖିଛି । ସେ ନିଜ ପ୍ରେମିକକୁ ମହାକାଶରୁ ପୃଥିବୀକୁ ଫେରାଇ ଆଣିବାରେ ଲୁଟ୍‌ର ଶିକାର ହୋଇଛନ୍ତି ।

ଏମିତି ଅଜବ ଘଟଣା ଜଣେ ଜାପାନୀ ମହିଳାଙ୍କ ସହିତ ଜୁନ୍ ମାସରେ ଘଟିଥିଲା । ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ସେ ମହାକାଶଚାରୀ । ଏଠାରେ ଖରାପ୍ ସେଲ୍ ସର୍ଭିସ୍ ହେତୁ ମୁଁ ଫସିଯାଇଛି । ନିଜକୁ ମହାକାଶ ଚାରୀ କହୁଥିବା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରିଥିଲେ ୬୫ ବର୍ଷୀୟା ଜାପାନୀ ମହିଳା । ଧୀରେ ଧୀରେ ଏମାନଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା ।

ପୁରୁଷ ଜଣକ ମହିଳାଙ୍କୁ ପ୍ରସ୍ତାବ ଦେଇ କହିଥିଲେ ଯେ, ସେ ମହାକାଶରୁ ପୃଥିବୀକୁ ଆସି ପହଞ୍ଚିବା ପରେ ତାଙ୍କୁ ବିବାହ କରିବେ । ଆହୁରି ମଧ୍ୟ କହିଥିଲେ ଯେ ମୁଁ ଏଠାରେ ଫସିଯାଇଛି, ମୋତେ ପୃଥିବୀକୁ ଫେରିବାକୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏମିତି ହେଲେ ମୋ ଫେରିବା ସମ୍ଭବ । ମହିଳା ଜଣଙ୍କ ତାଙ୍କ କଥାରେ ମୋଲ୍ଡ ହୋଇଯାଇଥିଲେ ।

ଜାପାନର ଖବରକାଗଜ ଅନୁଯାୟୀ, ବୃଦ୍ଧା ଜଣଙ୍କ ପୂର୍ବରୁ ସାକ୍ଷାତ କରି ବ୍ୟକ୍ତିଙ୍କ ବିଷୟରେ ନଜାଣି ୪.୪ ନିୟୁତ ୟେନ୍ ବା ୨୫ ଲକ୍ଷ ପଠାଇଥିଲେ । ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୫ମଧ୍ୟରେ ସେ ତାଙ୍କୁ ଅନେକ ଥର ଟଙ୍କା ପଠାଇଥିଲେ । ବାରମ୍ୱାର ଟଙ୍କା ପଠାଇବା ପରେ ଅତିଷ୍ଟ ହୋଇ ବୃଦ୍ଧା ଜଣଙ୍କ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଅନୁସନ୍ଧାନ ଯାହା ଜଣାପଡିଲା ତା ଶୁଣି ବୃଦ୍ଧାଙ୍କ ହୋସ୍ ଉଡିଯାଇଥିଲା । କାରଣ ନିଜକୁ ମହାକାଶଚାରୀ ବୋଲି ଦାବି କରୁଥିବା ବ୍ୟକ୍ତି ଜଣଙ୍କ ପ୍ରକୃତରେ ଜଣେ ଆଷ୍ଟ୍ରୋନାଟ୍ ନଥିଲେ । ତାଙ୍କୁ ସେ ସ୍ପେସ୍ ଷ୍ଟେସନ ବିଷୟରେ ମଧ୍ୟ କିଛି ଜଣା ନାହିଁ । ସେ ଥିଲା ଜଣେ ଫ୍ରଡ । ପଇସା ନିଶାରେ ଏପରି କରୁଥିବା ଜଣାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.