ସାଲେପୁର କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 11, 2018 IST

କଟକ ୧୧/୮ : କେନାଲରେ ଭାସୁଛି ମହିଳାଙ୍କ ମୃତଦେହ । କଟକ ଜିଲ୍ଲା ସାଲେପୁର ସିମଲପଡା ୬ ନମ୍ବର କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ମୃତ ମହିଳା ହେଲେ ବଣହରା ଗାଁର ଉଲ କାଣ୍ଡି । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ସେ ଜଗତପୁର ଅଞ୍ଚଳର ଏକ ଘରୋଇ କଂପାନୀରେ କାମ କରୁଥିଲେ । ୩ ଦିନ ପୂର୍ବରୁ ସେ ଅଫିସକୁ ଆସି ଆଉ ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତଦେହ କେନାଲରେ ଭାସୁଥିବାର ଦେଖିବାକୁ ମିଳିଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.