ହର୍ଷେ ଚକୋଲେଟ୍ ସିରପ୍‌ରୁ ବାହାରିଲା ମଲା ମୂଷା, ଯାଞ୍ଚ ହେବ କହିଲା କମ୍ପାନି

Published By : Prameya-News7 Bureau | June 19, 2024 IST

News7

ନୂଆଦିଲ୍ଲୀ: ଆଜିକାଲି ଖାଦ୍ୟରେ କଟା ଆଙ୍ଗୁଠି, ପୋକ ବାହାରିବା ସାଧାରଣ କଥା ହୋଇଗଲାଣି। ନିକଟରେ ମୁମ୍ବାଇର ଜଣେ ଡାକ୍ତର ଆଇସକ୍ରିମ ଖାଉଥିବା ବେଳେ ଆଙ୍ଗୁଠି ବାହାରିଥିଲା।  ସେମିତି ଆଉ ଘଟଣା ସାମନାକୁ ଆସିଛି। ଚକୋଲେଟ୍ ସିରପ୍ରେ ବାହାରିଲା ମଲା ମୂଷା।

ଜେପଟୋରୁ ହର୍ଷେ କମ୍ପାନୀର ଚକୋଲେଟ୍ ସିରପ୍ ଅର୍ଡର କରିଥିଲେ ପରିବାର ଲୋକେ। ସେମାନେ ଏକ ସିଲ୍ ହୋଇଥିବା ବୋତଲ ପାଇଥିଲେ। କିନ୍ତୁ ଏହା ଭିତରେ ଏକ ମୃତ ମୂଷା ଦେଖିବାକୁ ମିଳିଥିଲା। ପରିବାର ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। 

ଭିଡିଓ ସେୟାର କରିଥିବା ପ୍ରମି ଶ୍ରୀଧର କହିଛନ୍ତି ଯେ ପରିବାରର ତିନିଜଣ ସଦସ୍ୟ ମଧ୍ୟ ଏହି ଚକୋଲେଟ ସିରପ ଖାଇଥିଲେ, ଯେଉଁଥିପାଇଁ ସେମାନଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବାକୁ ପଡିଥିଲା।

ଗତ ମାସରେ ଏହି ଘଟଣା ଘଟିଥିଲା।  ପରିବାର ଲୋକେ ଏକ ବ୍ରାଉନ କେକ୍ ସହିତ ଖାଇବାକୁ ହର୍ଷେର ଚକୋଲେଟ୍ ସିରପ ଅନଲାଇନ୍ରେ ଅର୍ଡର କରିଥିଲେ। ଜେପ୍ଟୋରୁ ଚକୋଲେଟ୍ ସିରପ୍ ଅର୍ଡର କରିଥିଲେ। ଯେତେବେଳେ ସେ କେକ୍ ଉପରେ ସିରପ ଢାଳିବାକୁ ଲାଗିଲେ, ସେତେବେଳେ ସେମାନଙ୍କୁ ସନ୍ଦେହ ଲାଗିଲା। ସିରପ ବହୁତ ବହଳିଆ ଥିଲା ଏବଂ ସେଥିରୁ ଏକ କେଶ ମଧ୍ୟ ବାହାରିଲା। କେଶ ଦେଖି ପରିବାର ସଦସ୍ୟ ଏକ କପରେ ପୁରା ସିରପ ଢାଳିଥିଲେ।

ଭିଡିଓ ସେୟାର କରିବାବେଳେ ଶ୍ରୀଧର କହିଛନ୍ତି, 'ବନ୍ଧୁଗଣ, ଆପଣ କଣ ଖାଉଛନ୍ତି ଦୟାକରି ସଚେତନ ରୁହନ୍ତୁ। ପିଲାମାନଙ୍କୁ କିଛି ଖାଇବା ପୂର୍ବରୁ ଦୟାକରି ପ୍ରଥମେ ଯାଞ୍ଚ କରନ୍ତୁ।  ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ଦୟାକରି ଏହି ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ।

ଏହି ସମୟରେ ବୋତଲରୁ ଗୋଟିଏ ମଲା ମୂଷା ବାହାରିଥିଲା। ଏହାର ଯାଞ୍ଚ କରାଯିବ ବୋଲି ହର୍ଷେ ପକ୍ଷରୁ କୁହାଯାଇଛି। ଏଥି ସହିତ ଚକୋଲେଟ୍ ସିରପ୍ କମ୍ପାନୀ ହର୍ଷେ କହିଛନ୍ତି, 'ହେଲୋ। ଏହା ଦେଖି ଆମେ ବହୁତ ଦୁଃଖିତ। ଦୟାକରି ଆମକୁ ବୋତଲରେ ଲେଖାଯାଇଥିବା UPC ଏବଂ ପ୍ରଡକ୍ଟ କୋଡ୍ ପଠାନ୍ତୁ ଯାହା ଦ୍ୱାରା ଆମ ଟିମ୍ ଆପଣଙ୍କୁ ସାହାଯ୍ୟ କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.