ମେକ୍ଅପ୍ ବିଗାଡିଦେଲା କନିଆ ମୁହଁ, ବାହା ହେବାକୁ ମନା କଲା ବର
6/03/2023 at 10:53 AM

ମୁମ୍ଵାଇ ୦୬।୦୩: ବିବାହ ଦିନ ସୁନ୍ଦର ଦେଖାଯିବା ପ୍ରତ୍ୟେକ ଯୁବତୀଙ୍କ ସ୍ୱପ୍ନ । ଏଥିପାଇଁ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଭଲ ପାର୍ଲରକୁ ଯାଆନ୍ତି। ଯେଉଁଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡେ। କିନ୍ତୁ ଏହି ମେକ୍ଓଭର କର୍ଣ୍ଣାଟକର ହାସନ ଜିଲ୍ଲାର ଜଣେ ଯୁବତୀଙ୍କୁ ମହଙ୍ଗା ପଡିଲା । ଯେଉଁଥିପାଇଁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ, ଚେହେରା ଖରାପ ହେବାପରେ ବର ଏବଂ ତାଙ୍କ ସମ୍ପର୍କୀୟମାନେ ମଧ୍ୟ ବିବାହ ପାଇଁ ମନା କରିଦେଇଥିଲେ।
ତେବେ ଏହି ଘଟଣାଟି ଆରାସିକେରରୁ ଆସିଛି। ବର୍ତ୍ତମାନ ଯୁବତୀଙ୍କର ଚିକିତ୍ସା କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ଯୁବତୀ କିଛି ଅଭିନବ ପ୍ରୟାସ କରିବାକୁ ଚାହୁଁଥିଲେ। ପ୍ରଥମେ ଫାଉଣ୍ଡେସନ ଲଗାଇବା ପରେଗରମ ବାଷ୍ପର ଷ୍ଟିମ୍ ନେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଚେହେରା କଳା ହେବା ସହ ଫୁଲିଯାଇଥିଲା। ଯୁବତୀଙ୍କୁ ଦେଖିଲେ ଲାଗୁଛି ଯେ ତାଙ୍କ ମୁହଁ ଜଳି ଯାଇଛି ।
ଏଥି ସହ ଯୁବତୀଙ୍କ ସମ୍ପର୍କୀୟମାନେ ବିୟୁଟି ପାର୍ଲର ମାଲିକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ପାର୍ଲର ମାଲିକଙ୍କୁ ଡକାଇ ପଚରାଉଚରା କରୁଛି। ତାଙ୍କ ଅବସ୍ଥା ଦେଖି ପରିବାର ସଦସ୍ୟ କାନ୍ଦୁଛନ୍ତି। ବର ତାଙ୍କ ଅବସ୍ଥା ଦେଖିବା ପରେ ବିବାହକୁ କ୍ୟାନସେଲ କରିଦେଇଥିଲେ।