ସମସ୍ତିପୁର: ଖୁବ୍ ଧୁମ୍ଧାମର୍ ଚାଲିଥିଲା ବିବାହ ଉତ୍ସବ। ବନ୍ଧୁବାନ୍ଧବ ସାଇ ପଡ଼ିଶା ସମାଗମରେ ଗହଳି ଚହଳି ଲାଗିଥିଲା। ଉତ୍ସବରେ ଜମିଥିଲା ସଂଗୀତ ଆସର। ମାଇକ୍ରୋଫନ୍ ଧରି ରୋମାଣ୍ଟିକ ଗୀତ ଗାଉଥିଲେ ଗାୟିକା। ହେଲେ ହଠାତ୍ ଗାୟିକଙ୍କ ସ୍ୱର ଦବି ଆସିଲା। ମାଇକ୍ରୋଫନ୍ ଧରି ସେ ମଞ୍ଚରୁ ଟଳିପଡ଼ିଲେ। ଘଟଣା ସ୍ଥଳରେ ଚାଲିଗଲା ଜୀବନ।
ସେ ଗୀତ ଗାଉଥିବା ମାଇକ୍ରୋଫୋନ୍ରେ ହିଁ କରେଣ୍ଟ ଚାର୍ଜ ହୋଇଯାଇଥିଲା। କରେଣ୍ଟ ଲାଗିବାରୁ ଗାୟିକାରଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।
ବିହାରର ସମସ୍ତିପୁର ରୋସାଡ଼ା ଥାନା ମାବି ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଅନେକ ଲୋକ ଆସିଥିଲେ। ଉତ୍ସବ ଚାଲିଥିବା ବେଳେ ମୀନା ଦେବୀ ମାଇକ୍ରୋଫୋନ୍ ଧରି ଗୀତ ଗାଇଥିଲେ। ହେଲେ ହଠାତ୍ ମାଇକ୍ରୋଫୋନ୍ରେ ବିତ୍ୟୁତ୍ ଚାର୍ଜ ହୋଇଯାଇଥିଲା। ଆଉ ବିଦ୍ୟୁତ୍ ଆଘାତ ଲାଗି ଘଟଣା ସ୍ଥଳରେ ମୀନାଙ୍କର ମୃତ୍ୟୁ ହୋଇଥିଲା।
ପଢ଼ନ୍ତୁ-କ’ଣ ସହିଷ୍ଣୁତାର ପରୀକ୍ଷା ନେବେ ? ଆଦିପୁରୁଷର ନିର୍ମାତା ଏବଂ ସେନସର ବୋର୍ଡକୁ ହାଇକୋର୍ଟଙ୍କ ଭତ୍ସନା, ଜାରି କଲେ ନୋଟିସ୍
ଏହାପରେ ତୁରନ୍ତ ଲୋକମାନେ ବିଦ୍ୟୁତ କାଟି ଦେଇ ମୀନା ଦେବିଙ୍କ ହାତରୁ ମାଇକ୍ରୋଫୋନ୍ କାଢ଼ି ନେଇଥିଲେ। ସଂଗେ ସଂଗେ ଘଟଣା ସ୍ଥଳରେ ଲୋକ ଜମା ହୋଇଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମାଇକ୍ରୋଫୋନ୍ରେ କରେଣ୍ଟ କେମିତି ଚାର୍ଜ ହେଲା ସେ ନେଇ ପୁଲିସ ତଦନ୍ତ ଚଳାଇଛି।