Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହିଳାଙ୍କ ଅଜବ କାରନାମା; ନିଜ ବେଡ୍‌ ସେୟାର କରି , ମାସକୁ ରୋଜଗାର ୪୨ ହଜାର

29/08/2023 at 3:14 PM

ନୂଆଦିଲ୍ଲୀ ୨୯।୦୮: ସାଧାରଣତଃ ଲୋକମାନେ ଘର ଭଡା ଦେଇଥାନ୍ତି । ଏଥିପାଇଁ ଭଡାରେ ରହୁଥିବା ବ୍ୟକ୍ତି ଘରମାଲିକଙ୍କୁ ଦେଇଥାନ୍ତି ଘରଭଡା ।  କିନ୍ତୁ କେବେ ଶୁଣିଛନ୍ତି କି ନିଜ ବେଡ୍‌କୁ ଭଡାରେ ଦେବା କଥା । ଆଜ୍ଞା ହଁ ଆପଣ ଶୁଣୁଥିବା କଥା ସତ । ଜଣେ ମହିଳା ନିଜ ବେଡର ଅଧା ଭଡାରେ ଦେଇଛନ୍ତି । ପୁଣି ସେ ରଖିଛନ୍ତି କିଛି ସର୍ତ୍ତ । ଏହାସହିତ ଆଦାୟ କରୁଛନ୍ତି ମାସିକ ମୋଟା ଅଙ୍କର ଟଙ୍କା ।  ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣାଟି ଅଷ୍ଟ୍ରେଲିଆରୁ ସାମ୍‌ନାକୁ ଆସିଛି । ଜଣେ ଅଷ୍ଟ୍ରେଲୀୟ ମହିଳା ତାଙ୍କ ଶୋଇବା ଘରର ବେଡ୍‌କୁ ଅଧା ଭଡ଼ା ଦେଇଛନ୍ତି । ଅର୍ଥାତ୍‌ ବେଡ୍‌ର ଗୋଟିଏ ପାର୍ଶ୍ୱରେ ଭଡା ନେଇଥିବା ବ୍ୟକ୍ତି ଜଣକ ଶୋଇପାରିବେ ବୋଲି ସେ କହିଛନ୍ତି । ସେହି ଅଷ୍ଟ୍ରେଲୀୟାର କ୍ବିସ୍‌ଲ୍ୟାଣ୍ଡରେ ରହୁଥିବା ଏହି ମହିଳାଙ୍କ ନାଁ ହେଉଛି ମୋନିକ୍ ଯେରେମିୟ । ମୋନିକ୍‌ ହେଉଛନ୍ତି ଜଣେ ମଡେଲ୍‌ ।

ସେ ଏପରି ଏକ ଅଜବ ଭଡ଼ା ଦେଇଥିବା ନେଇ ଜଣାପଡ଼ିଛି । ସେ ନିଜ ବେଡ୍‌କୁ ସେ ଲୋକମାନଙ୍କୁ ଅଫର ଦେଇଥା’ନ୍ତି । ଆଉ ବେଡ୍‌ ସେୟାର କରି ମୋନିକ୍‌ ମାସିକ ୪୨ ହଜାର ଟଙ୍କା ମାସିକ ରୋଜଗାର କରନ୍ତି । ଏପରି କରି ସେ ମାସିକ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଏମିତିକି ମୋନିକ୍‌ଙ୍କ ସହ ବେଡ୍‌ ସେୟାର କରିବାକୁ ହେଲେ କିଛି ସର୍ତ୍ତ ମଧ୍ୟ ମାନିବାକୁ ପଡିବ । ସର୍ତ୍ତ ଅନୁଯାୟୀ ବେଡ୍‌ ସେୟାର ସମୟରେ କୌଣସି ବ୍ୟକ୍ତି ରୋମାଣ୍ଟିକ୍‌ ବ୍ୟବହାର କରିପାରିବେ ନାହିଁ । ଏମିତିକି ଶୋଇବା ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ ବୋଲି କହିଥିଲେ ମୋନିକ୍ ।

ମୋନିକ୍‌ଙ୍କ କହିବା ଅନୁଯାୟୀ କରୋନା ସମୟରେ ସେ ଏକୁଟିଆ ରହୁଥିଲେ । ତେଣୁ ସେହି ସମୟରେ ସେ ଏକୁଟିଆ ଅନୁଭବ ନକରିବାକୁ ଏପରି ଏକ ଚିନ୍ତା କରିଥିଲେ । ଫଳରେ ବେଡ୍‌ର ଅଧା ସେୟାର କରିଥିଲେ । ଆଉ ଏଥିରୁ ସେ ଭଲ ରୋଜଗାର ମଧ୍ୟ କରିପାରିଛନ୍ତି ।

You Can Read:

   Related Posts